Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:44 - ପବିତ୍ର ବାଇବଲ (CL) NT (BSI)

44 “ପ୍ରାନ୍ତରରେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଈଶ୍ୱରଙ୍କ ସାନ୍ନିଧ୍ୟ ତମ୍ବୁ ଥିଲା। ଈଶ୍ୱର ମୋଶାଙ୍କୁ ଯେପରି ନିର୍ମାଣ କରିବାକୁ କହିଥିଲେ ଓ ମୋଶାଙ୍କୁ ଯେଉଁ ନମୁନା ଦେଖାଇଥିଲେ, ଏହା ସେହି ପ୍ରକାରେ ନିର୍ମିତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟତମ୍ଵୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶାନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟତମ୍ଵୁ ପାଇଥିଲେ।

Gade chapit la Kopi

ଓଡିଆ ବାଇବେଲ

44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ।

Gade chapit la Kopi

ପବିତ୍ର ବାଇବଲ

44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ।

Gade chapit la Kopi




ପ୍ରେରିତ 7:44
17 Referans Kwoze  

ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।”


ସେ ଯେଉଁ ମହାପବିତ୍ର ସ୍ଥାନରେ ସ୍ଥାପିତ ତମ୍ବୁ ତଳେ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି, ତାହା ମନୁଷ୍ୟ ଦ୍ୱାରା ନିର୍ମିତ ନୁହେଁ, ତାହାକୁ ଈଶ୍ୱର ସ୍ଥାପନ କରିଛନ୍ତି।


Swiv nou:

Piblisite


Piblisite