Biblia Todo Logo
Bib sou entènèt

- Piblisite -




ପ୍ରେରିତ 6:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକ୍ଜାଣ୍ତ୍ରୀୟ-ମାନଙ୍କ ନାମରେ ଖ୍ୟାତ ସମାଜଗୃହର କେତେକ ଜଣ, ପୁଣି କିଲିକିଆ ଓ ଆସିଆ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ଲିବର୍ତ୍ତୀନ, କୂୂରୀଣୀୟ ଓ ଅାଲେକଜାଣ୍ଡ୍ରୀୟମାନଙ୍କ ନାମରେ ଖ୍ୟାତ ଯିହୂଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଆସିଆନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,

Gade chapit la Kopi

ପବିତ୍ର ବାଇବଲ

9 କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ।

Gade chapit la Kopi




ପ୍ରେରିତ 6:9
27 Referans Kwoze  

ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ସେ ମଣ୍ଡଳୀଗୁଡ଼ିକୁ ବଳିଷ୍ଠ କରି ସିରିଆ ଓ ସିଲିଷୀଆ ମଧ୍ୟ ଦେଇ ଯାତ୍ରା କଲେ।


ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।


ସେମାନେ ଯିବାବେଳେ ବାଟରେ କୁରୁଣୀର ଶିମୋନ ନାମକ ଜଣେ ଲୋକକୁ ଭେଟିଲେ ଓ ସୈନିକମାନେ ତାକୁ ଯୀଶୁଙ୍କର କ୍ରୁଶ ବହନ କରିବା ପାଇଁ ବାଧ୍ୟ କଲେ।


ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।


ଶୁଚିକରଣ କାର୍ଯ୍ୟର ସାତ ଦିନ ସମାପ୍ତ ହେବା ସମୟରେ ଏସିଆ ପ୍ରଦେଶର କେତେକ ଇହୁଦୀ ମନ୍ଦିରରେ ପାଉଲଙ୍କୁ ଦେଖିଲେ। ସେମାନେ ସେଠାରେ ସମବେତ ହୋଇଥିବା ଜନତାକୁ ମତାଇ ପାଉଲଙ୍କୁ ଧରିଲେ।


ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।


ସେହି ସମୟରେ ଆଲେକ୍ଜାଣ୍ଡ୍ରିଆରେ ଜନ୍ମ ଗ୍ରହଣ କରିଥିବା ଆପୋଲ୍ଲୋ ନାମରେ ଜଣେ ଇହୁଦୀ ଏଫିସସ୍କୁ ଆସିଲେ। ସେ ଜଣେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା।


ପବିତ୍ର ଆତ୍ମା ସେମାନଙ୍କୁ ଏସିଆ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ନ ଦେବାରୁ ସେମାନେ ଫ୍ରିଜିୟା ଓ ଗାଲାତୀୟ ଅଞ୍ଚଳକୁ ଯାତ୍ରା କଲେ।


ଏସବୁ ବିଷୟ ଘଟିବା ପୂର୍ବରୁ ତୁମ୍ଭେମାନେ ଗିରଫ ହୋଇ ଉତ୍ପୀଡ଼ିତ ହେବ; ଉପାସନା ଗୃହମାନଙ୍କରେ ବିଚାରିତ ହୋଇ ବନ୍ଦୀଶାଳାରେ ନିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ; ମୋ’ ଯୋଗୁଁ ତୁମେ ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଅଣଯିବ।


“ତୁମ୍ଭମାନଙ୍କୁ ସାବଧାନ ରହିବାକୁ ହେବ। ତୁମ୍ଭେ ଗିରଫ ହୋଇ ଅଦାଲତକୁ ନିଆଯିବ। ତୁମେ ସମାଜ ଗୃହରେ ମାଡ଼ ଖାଇବ। ମୋ’ ଲାଗି ତୁମକୁ ଶାସକ ଓ ରାଜାମାନଙ୍କ ସମ୍ମୁଖରେ ଛିଡ଼ାହୋଇ ଏହି ଶୁଭବାର୍ତ୍ତା ଶୁଣାଇବାକୁ ହେବ।


ସଜାଗ ରୁହ-କାରଣ ଲୋକେ ତୁମ୍ଭମାନଙ୍କୁ ଗିରଫ କରି ବିଚାରାଳୟରକୁ ନେଇଯିବେ। ସମାଜ ଗୃହମାନଙ୍କରେ ସେମାନେ ତୁମକୁ ଚାବୁକ ମାରିବେ।


ତେଣୁ ଏ ଯୁଗର ଜ୍ଞାନୀ, ପଣ୍ଡିତ କିମ୍ବା ତାର୍କିକମାନଙ୍କର ସ୍ଥାନ କେଉଁଠାରେ? ଏହି ଜଗତର ଜ୍ଞାନକୁ ମୂର୍ଖତା ବୋଲି ଈଶ୍ୱର ପ୍ରକାଶ କରି ନାହାନ୍ତି କି?


ଅନେକ ଥର ସମାଜ ଗୃହମାନଙ୍କରେ ମୁଁ ସେମାନଙ୍କୁ ଦଣ୍ଡ ଦେଇଛି ଓ ସେମାନଙ୍କ ବିଶ୍ୱାସରୁ ବିଚ୍ୟୁତ କରାଇବା ପାଇଁ ଚେଷ୍ଟା କରିଛି। ମୁଁ ସେମାନଙ୍କ ପ୍ରତି ଏତେ କ୍ରୋଧାନ୍ଧ ହୋଇଥିଲି ଯେ, ସେମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ବିଦେଶୀୟ ସହରମାନଙ୍କୁ ମଧ୍ୟ ଯାଇଥିଲି।


ମୁଁ ଉତ୍ତର ଦେଲି, ‘ପ୍ରଭୁ, ମୁଁ ସମାଜ ଗୃହମାନଙ୍କୁ ଯାଇ ଆପଣଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ କିପରି ବନ୍ଦୀ କରିଥିଲି ଓ ପ୍ରହାର କରିଥିଲି, ଏହା ସେମାନେ ଭଲଭାବେ ଜାଣନ୍ତି।


ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।


ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।


ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


କିନ୍ତୁ ସାଇପ୍ରସ୍ ଓ କୁରୁଣୀର ଅନ୍ୟ କେତେକ ବିଶ୍ୱାସୀ ଆଣ୍ଟିୟୋଖକୁ ଯାଇ ଅଣଇହୁଦୀମାନଙ୍କ ନିକଟରେ ପ୍ରଭୁ ଯୀଶୁଙ୍କର ଶୁଭବାର୍ତ୍ତା ପ୍ରଚାର କଲେ।


ତେଣୁ ମୁଁ କହୁଛି; ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଶିକ୍ଷାଗୁରୁ ଓ ବିଜ୍ଞ ଲୋକମାନଙ୍କୁ ପଠାଇବି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁମେ ହତ୍ୟା କରିବ, କେତେକଙ୍କୁ କ୍ରୁଶରେ ଚାବୁକ ମାରି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ତଡ଼ିଦେବ।


କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।


ମୁଁ ଶୁଚିକରଣ ବିଧି ଶେଷ କରୁଥିବା ସମୟରେ ସେମାନେ ମୋତେ ମନ୍ଦିରରେ ଦେଖିଲେ। ସେତେବେଳେ ମୋ’ ନିକଟରେ ଜନସମାବେଶ ନ ଥିଲା କିମ୍ବା କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା।


Swiv nou:

Piblisite


Piblisite