Biblia Todo Logo
Bib sou entènèt

- Piblisite -




ପ୍ରେରିତ 6:3 - ପବିତ୍ର ବାଇବଲ (CL) NT (BSI)

3 ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ, ଏପରି ସୁଖ୍ୟାତିସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣ-ମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;

Gade chapit la Kopi

ଓଡିଆ ବାଇବେଲ

3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ,ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;

Gade chapit la Kopi

ପବିତ୍ର ବାଇବଲ

3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ।

Gade chapit la Kopi




ପ୍ରେରିତ 6:3
34 Referans Kwoze  

ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।


ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ମୁଁ ଆସି ତୁମେ ଉପଯୁକ୍ତ ମନେ କରୁଥିବା ଲୋକମାନଙ୍କୁ ପରିଚୟ ପତ୍ର ଦେବି ଓ ସେମାନେ ତୁମର ଦାନ ସହ ଯିରୂଶାଲମକୁ ଯିବେ।


“ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।


ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


ପ୍ରେରିତ ଶିଷ୍ୟମାନେ ଏହି ସାତଜଣଙ୍କ ପାଇଁ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।


ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।


“ତେଣୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆଉ ଜଣେ ଆମ ସହିତ ଯୋଗ ଦେବା ଆବଶ୍ୟକତା। ଯୀଶୁ ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରିବା ସମୟରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଭୁ ଯୀଶୁ ଆମ ସହିତ ଗମନାଗମନ କରିବାବେଳେ, ଯେଉଁ ଲୋକମାନେ ଆମ ଦଳରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଏଥିପାଇଁ ମନୋନୀତ କରିବାକୁ ହେବ।”


କିନ୍ତୁ ତୁମକୁ କେହି ଗୁରୁ ବୋଲି ଡ଼ାକିବା ଉଚିତ୍ ନୁହେଁ। କାରଣ ତୁମେ ସମସ୍ତେ ପରସ୍ପରର ଭାଇ ଓ ତୁମର ଗୁରୁ କେବଳ ଜଣେ।


ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।


ଲୁସ୍ତ୍ରା ଓ ଇକନିୟରେ ଥିବା ବିଶ୍ୱାସୀମାନଙ୍କ ମଧ୍ୟରେ ତୀମଥିଙ୍କର ସୁନାମ ଥିଲା।


ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।


ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।


ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ତେଣୁ ବାରଜଣ ପ୍ରେରିତ ଶିଷ୍ୟ ସମସ୍ତ ବିଶ୍ୱାସୀ ଦଳକୁ ଏକତ୍ର କରି କହିଲେ, “ଆର୍ଥିକ କାରବାର ହେତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅବହେଳା କରିବା ଆମ୍ଭମାନଙ୍କ ପକ୍ଷରେ ଯଥାର୍ଥ ନୁହେଁ।


ଦଳର ସମସ୍ତେ ପ୍ରେରିତ ଶିଷ୍ୟମାନଙ୍କ ପ୍ରସ୍ତାବରେ ସନ୍ତୁଷ୍ଟ ହେଲେ ଏବଂ ଏହି କାର୍ଯ୍ୟ ପାଇଁ ବିଶ୍ୱାସ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଥିବା ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି ଫିଲିପ୍ପ, ପ୍ରଖର, ନୀକାନୋର୍, ତୀମୋନ, ପାର୍ମନା ଓ ପୂର୍ବେ ଇହୁଦୀ ଧର୍ମରେ ଦୀକ୍ଷିତ ହୋଇଥିବା ଆଣ୍ଟିୟୋଖର ଅଣଇହୁଦୀ ନିକୋଲାୟଙ୍କୁ ମନୋନୀ କଲେ।


ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ।


Swiv nou:

Piblisite


Piblisite