Biblia Todo Logo
Bib sou entènèt

- Piblisite -




ପ୍ରେରିତ 6:10 - ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।

Gade chapit la Kopi




ପ୍ରେରିତ 6:10
18 Referans Kwoze  

କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।


ମୋର ଶିକ୍ଷା ଓ ବାର୍ତ୍ତା, ମନୁଷ୍ୟ ଜ୍ଞାନର ବାକ୍ଚାତୁରୀ ଦ୍ୱାରା ପ୍ରଦତ୍ତ ହୋଇ ନ ଥିଲା। ତାହା ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିର ନିଶ୍ଚିତ ପ୍ରମାଣ ଦ୍ୱାରା ପ୍ରଚାରିତ ହୋଇଥିଲା।


ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”


ସେ ଭାବବାଦୀ ଏଲିୟଙ୍କ ପରି ବଳିଷ୍ଠ ଓ ଶକ୍ତିଶାଳୀ ହୋଇ ପ୍ରଭୁଙ୍କ ଅଗ୍ରଦୂତ ହେବେ। ସେ ପିତା ଓ ସନ୍ତାନମାନଙ୍କୁ ପୁନର୍ମିଳିତ କରାଇବେ, ଅବାଧ୍ୟ ଲୋକମାନଙ୍କୁ ଧାର୍ମିକମାନଙ୍କ ଚିନ୍ତାଧାରା ଆଡ଼କୁ ଫେରାଇ ଆଣିବେ ଏବଂ ପ୍ରଭୁଙ୍କ ପାଇଁ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ସ୍ତିଫାନ ଆହୁରି କହିଲେ, “ତୁମ୍ଭେମାନେ କେଡ଼େ ଅବୋଧ୍ୟ। ତୁମ୍ଭମାନଙ୍କ ହୃଦୟ କେଡ଼େ ଅସୁନ୍ନତ। ଈଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କେଡ଼େ ବଧିର! ତୁମ୍ଭେମାନେ ଠିକ୍ ତୁମ ପୂର୍ବପୁରୁଷମାନଙ୍କ ପରି: ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କ ବିରୁଦ୍ଧାଚରଣ କରିଛ!


କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତେବେ ସେମାନଙ୍କୁ ଦମନ କରିବା ଆପଣମାନଙ୍କ ସାଧ୍ୟ ନୁହେଁ। ହୁଏତ ଦେଖାଯିବ ଯେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି।” ମହାସଭା ଗମଲିଏଲଙ୍କର ପରାମର୍ଶ ଗ୍ରହଣ କଲେ।


କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।


ତଥାପି “ସେ ମୋଶାଙ୍କ ବିରୁଦ୍ଧରେ ଓ ଈଶ୍ୱରଙ୍କ ବିରୁଦ୍ଧରେ କଥା କହୁଥିବା ଆମେ ଶୁଣିଲୁ,” ଏହି ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ପ୍ରବର୍ତ୍ତାଇଲେ।


Swiv nou:

Piblisite


Piblisite