Biblia Todo Logo
Bib sou entènèt

- Piblisite -




ପ୍ରେରିତ 5:9 - ପବିତ୍ର ବାଇବଲ (CL) NT (BSI)

9 ପିତର ତାଙ୍କୁ କହିଲେ, “ପରମାତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଓ ତୁମର ସ୍ୱାମୀ କାହିଁକି ସ୍ଥିର କଲ? ଯେଉଁମାନେ ତୁମର ସ୍ୱାମୀଙ୍କୁ ସମାଧିସ୍ଥ କଲେ, ସେମାନେ ବର୍ତ୍ତମାନ ଦ୍ୱାର ନିକଟରେ, ସେମାନେ ତୁମକୁ ମଧ୍ୟ ବୋହି ନେଇଯିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକପରାମର୍ଶ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ଵାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ଵାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।

Gade chapit la Kopi

ଓଡିଆ ବାଇବେଲ

9 ସେଥିରେ ପିତର ତାହାକୁ କହିଲେ, "ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ" ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।

Gade chapit la Kopi

ପବିତ୍ର ବାଇବଲ

9 ତା'ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।”

Gade chapit la Kopi




ପ୍ରେରିତ 5:9
24 Referans Kwoze  

ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।


ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।


ତାହାହେଲେ ଯେଉଁ ବୋଝ ବୋହିବା ପାଇଁ ଆମ ପୂର୍ବପୁରୁଷ ଓ ଆମେ ସମର୍ଥ ହୋଇପାରିଲୁ ନାହିଁ, ତୁମେ ବର୍ତ୍ତମାନ ବିଶ୍ୱାସୀମାନଙ୍କ ପିଠିରେ ତାହା ଲଦି ଦେଇ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରିବାକୁ ଚାହୁଁଛ?


ତେଣୁ ସେ ତାକୁ ଡ଼ାକି କହିଲେ, ‘ମୁଁ ତୁମ ବିଷୟରେ ଏ କ’ଣ ଶୁଣୁଛି? ତୁମେ ମୋ’ ସମ୍ପତ୍ତି ପରିଚାଳନାର ସମ୍ପୂର୍ଣ୍ଣ ହିସାବ ଦିଅ, ତୁମେ ଆଉ ମୋର ବେବର୍ତ୍ତା ହୋଇ ରହିପାରିବ ନାହିଁ।’


ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”


ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!”


ଦଳର ଯୁବକମାନେ ହନନୀୟର ମୃତ ଦେହକୁ ଲୁଗାରେ ଗୁଡ଼ାଇ ବାହାରକୁ ନେଇଗଲେ ଓ ସମାଧିସ୍ଥ କଲେ।


Swiv nou:

Piblisite


Piblisite