Biblia Todo Logo
Bib sou entènèt

- Piblisite -




ପ୍ରେରିତ 5:11 - ପବିତ୍ର ବାଇବଲ (CL) NT (BSI)

11 ମଣ୍ଡଳୀର ସଦସ୍ୟମାନେ ଓ ଯେଉଁମାନେ ଏକଥା ଶୁଣିଲେ, ସମସ୍ତେ ଆତଙ୍କିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଥିରେ ସମୁଦାୟ ମଣ୍ତଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟ ପାଇଲେ।

Gade chapit la Kopi

ଓଡିଆ ବାଇବେଲ

11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହି ସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।

Gade chapit la Kopi

ପବିତ୍ର ବାଇବଲ

11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

Gade chapit la Kopi




ପ୍ରେରିତ 5:11
14 Referans Kwoze  

ହନନୀୟ ଏହି କଥା ଶୁଣିବାକ୍ଷଣି ତଳେ ପଡ଼ି ପ୍ରାଣ ହରାଇଲା; ଆଉ ଯେଉଁମାନେ ଏହି କଥା ଶୁଣିଲେ, ମୋନେ ସମସ୍ତେ ଭୟଭୀତ ହେଲେ।


ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।


ଏଫିସସ୍ ନିବାସୀ ଇହୁଦୀ ଓ ଅଣଇହୁଦୀମାନେ ଏ ବିଷୟ ଶୁଣି ଭୟଭୀତ ହେଲେ ଓ ସେଠାରେ ପ୍ରଭୁ ଯୀଶୁଙ୍କ ନାମ ଆହୁରି ଅଧିକଭାବେ ସମ୍ମାନିତ ହେଲା।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।


ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”


ଈଶ୍ୱର ପ୍ରତ୍ୟେକର କାର୍ଯ୍ୟାକଳାପ ଅନୁସାରେ ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି। ତୁମ୍ଭେମାନେ ତାଙ୍କ ନକଟରେ ପ୍ରାର୍ଥନା କଲାବେଳେ ତାଙ୍କୁ ପିତା ବୋଲି ସମ୍ବୋଧନ କରିଥାଅ। ଅତଏବ, ଏହି ଜଗତରେ ତୁମ୍ଭମାନଙ୍କ ଜୀବନର ଅବଶିଷ୍ଟ ସମୟ ତାଙ୍କୁ ଭୟଭକ୍ତି କରି ଅତିବାହିତ କର।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ପ୍ରେରିତ ଶିଷ୍ୟମାନେ ଅନେକ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କଲେ ଓ ସମସ୍ତେ ଏଥିରେ ବିସ୍ମୟାଭିଭୂତ ହେଲେ।


ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।


Swiv nou:

Piblisite


Piblisite