Biblia Todo Logo
Bib sou entènèt

- Piblisite -




ପ୍ରେରିତ 4:10 - ପବିତ୍ର ବାଇବଲ (CL) NT (BSI)

10 ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ଵର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ଵାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି।

Gade chapit la Kopi




ପ୍ରେରିତ 4:10
16 Referans Kwoze  

କିନ୍ତୁ ପିତର ତାକୁ କହିଲେ, “ମୋ’ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି, ମୁଁ ତୋତେ ଦେଉଛି: ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ!”


“ଅତଏବ ଇଶ୍ରାୟେଲୀୟମାନେ ସମସ୍ତେ ନିଶ୍ଚିତଭାବେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସୀହ କରିଛନ୍ତି।”


ଉପସଂହାରରେ ପାଉଲ କହିଲେ, “ସୁତରାଂ ତୁମ୍ଭେମାନେ ଜାଣି ରଖ, ପରିତ୍ରାଣ ପାଇଁ ଈଶ୍ୱରଙ୍କ ଶୁଭବାର୍ତ୍ତା ଅଣଇହୁଦୀମାନଙ୍କ ନିକଟକୁ ପଠାଯାଇଛି। ସେମାନେ ତା’ ଶୁଣିବେ।’


କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।


ପୁନର୍ବାର ଅନ୍ୟ ପ୍ରକାର ସ୍ୱପ୍ନାଦେଶ ପାଇ ସେ ଗାଲିଲୀ ପ୍ରଦେଶର ନାଜରିତ ସହରରେ ଘର କରି ରହିଲେ। ଏଥିମଧ୍ୟରେ ଭାବବାଦୀଙ୍କର ନିମ୍ନଲିଖିତ ଗୋଟିଏ ଉକ୍ତି ସଫଳ ହେଲା। “ସେ ନାଜରିତୀୟ ବୋଲି ପରିଚିତ ହେବେ।”


ଈଶ୍ୱର ଏହି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ଆମେ ସମସ୍ତେ ଏହାର ସାକ୍ଷୀ।


ସେମାନେ ତାକୁ କିହଲେ, “ନାଜରିତର ଯୀଶୁ ଆସୁଛନ୍ତି।”


Swiv nou:

Piblisite


Piblisite