Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:2 - ପବିତ୍ର ବାଇବଲ (CL) NT (BSI)

2 ସେଠାରେ “ସୁନ୍ଦର” ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା। ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ବୁହା ହୋଇ ଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା; ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ଵାରରେ ରଖିଦେଉଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା । ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ।

Gade chapit la Kopi

ପବିତ୍ର ବାଇବଲ

2 ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।

Gade chapit la Kopi




ପ୍ରେରିତ 3:2
9 Referans Kwoze  

ଲୁସ୍ତ୍ରାରେ ଜଣେ ଜନ୍ମରୁ ଖଞ୍ଜ ଲୋକ ଥିଲା। ସେ ଆଦୌ ଚାଲିପାରୁ ନ ଥିଲା।


ତା’ର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ, ସେମାନେ ପଚାରିଲେ, “ଏ ଲୋକଟି କ’ଣ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁ ନ ଥିଲା?”


କିନ୍ତୁ ତା’ ଫାଟକ ପାଖରେ ଲାଜାର ବୋଲି ଜଣେ ଅସହହାୟ ଭିକାରୀ ପଡ଼ି ରହିଥାଏ।


‘କର୍ଣ୍ଣୀଲିୟ! ଈଶ୍ୱର ତୁମ ପ୍ରାର୍ଥନା ଶୁଣିଅଛନ୍ତି ଓ ତୁମର ସେବାକାର୍ଯ୍ୟ ଲକ୍ଷ୍ୟ କରିଛନ୍ତି।


ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେବାବେଳେ ରାସ୍ତା କଡ଼ରେ ଜଣେ ଅନ୍ଧ ବସି ଭିକ ମାଗୁଥିଲା।


ସେ ଭୟରେ ସ୍ୱର୍ଗଦୂତଙ୍କ ଆଡ଼କୁ ଚାହିଁ କହିଲେ, “ଆଜ୍ଞା କଅଣ କହୁଛନ୍ତି?” ସ୍ୱର୍ଗଦୂତ ଉତ୍ତର ଦେଲେ, “ଈଶ୍ୱର ତୁମର ପ୍ରାର୍ଥନା ଓ ଦାନଶୀଳତାରେ ସନ୍ତୁଷ୍ଟ ଓ ଏହାର ପ୍ରତିଦାନ ଦେବା ପାଇଁ ପ୍ରସ୍ତୁତ।


ଯେଉଁ ଲୋକ ଆଶ୍ଚର୍ଯ୍ୟଭାବେ ସୁସ୍ଥତା ଲାଭ କରିଥିଲା, ତା’ର ବୟସ ଚାଳିଶ ବର୍ଷରୁ ଅଧିକ ଥିଲା।


ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା, ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ।


Swiv nou:

Piblisite


Piblisite