Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:12 - ପବିତ୍ର ବାଇବଲ (CL) NT (BSI)

12 ପିତର ସେମାନଙ୍କୁ ଦେଖି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱରପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ଵା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?

Gade chapit la Kopi

ଓଡିଆ ବାଇବେଲ

12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି ? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?

Gade chapit la Kopi

ପବିତ୍ର ବାଇବଲ

12 ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ।

Gade chapit la Kopi




ପ୍ରେରିତ 3:12
15 Referans Kwoze  

କାରଣ ଆମର କୃତିତ୍ୱ ଦାବୀ କରିବା ପାଇଁ କୌଣସି ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ଈଶ୍ୱରଙ୍କଠାରୁ ଆସେ।


ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,


“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।


ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।


“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।


ଯେ ନିଜ କ୍ଷମତା ବଳରେ କଥା କହେ, ନିଜକୁ ଗୌରବାନ୍ୱିତ କରିବା ତା’ର ଉଦ୍ଦେଶ୍ୟ। କିନ୍ତୁ ଯେ ତା’ର ପ୍ରେରଣକର୍ତ୍ତାଙ୍କୁ ଗୌରବାନ୍ୱିତ କରିବାକୁ ଚାହେଁ, ସେ ସତ୍ୟବାଦୀମିଥ୍ୟାର ଆଶ୍ରୟ ସେ ନିଏ ନାହିଁ।


ସେ ଲୋକଟି ପିତର ଓ ଯୋହନଙ୍କ ସଙ୍ଗେ ସଙ୍ଗେ ରହିବାର ଦେଖି ଲୋକମାନେ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପ ନିକଟକୁ ଦୌଡ଼ିଗଲେ।


ଆମ ପୂର୍ବ ପୁରୁଷ ଅବ୍ରହାମଙ୍କ ଈଶ୍ୱର, ଇସ୍ହାକ୍ ଓ ଯାକୁବଙ୍କର ଈଶ୍ୱର ତାଙ୍କ ସେବକ ଯୀଶୁଙ୍କୁ ଐଶ୍ୱରିକ ଗୌରବ ପ୍ରଦାନ କରିଛନ୍ତି। କିନ୍ତୁ ତୁମେ ତାଙ୍କୁ କର୍ତ୍ତୃପକ୍ଷମାନଙ୍କର ହସ୍ତରେ ସମର୍ପଣ କଲ। ଏପରି କି ପୀଲାତ ତାଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ ସୁଦ୍ଧା, ତାହାଙ୍କୁ ପୀଲାତଙ୍କ ସମ୍ମୁଖରେ ପ୍ରତ୍ୟାଖ୍ୟାନ କଲ।


ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଶୁକ୍ଲ ବସ୍ତ୍ରପରିହିତ ସେହି ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଛନ୍ତି?”


Swiv nou:

Piblisite


Piblisite