Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:10 - ପବିତ୍ର ବାଇବଲ (CL) NT (BSI)

10 ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା, ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ଵାର ନିକଟରେ ବସି ଭିକ୍ଷା କରୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ଵିତ ହୋଇଗଲେ।

Gade chapit la Kopi

ଓଡିଆ ବାଇବେଲ

10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା,ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତା' ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ବିତ ହେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ଭିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

10 ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।

Gade chapit la Kopi




ପ୍ରେରିତ 3:10
12 Referans Kwoze  

ସେଠାରେ “ସୁନ୍ଦର” ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା। ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ବୁହା ହୋଇ ଯାଉଥିଲା।


ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।


କାରଣ ପୁତ୍ରବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି, ତା’ଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ- ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ।


ଲୋକମାନେ ସମସ୍ତେ ଈଶ୍ୱରଙ୍କ ମହତ୍ ଶକ୍ତିରେ ବିସ୍ମିତ ହେଲେ। ଯୀଶୁ ଯାହା ସବୁ କରୁଥିଲେ, ସେଥିରେ ଲୋକମାନେ ଚମକ୍ରୃତ ହେଉଥିବା ସମୟରେ, ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ,


ବିସ୍ମିତ ଓ ବିଚଳିତ ହୋଇ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ, “ଏହାର ଅର୍ଥ କ’ଣ?”


ହତବୁଦ୍ଧି ଓ ବିସ୍ମିତ ହୋଇ ସେମାନେ ପଚାରିଲେ, “ଏ ପ୍ରକାର କଥା କହୁଥିବା ଏ ଲୋକମାନେ କ’ଣ ଗାଲିଲୀୟ ନୁହଁନ୍ତି?


ଲୋକମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, “ଏସବୁ କି ପ୍ରକାର କଥା? କ୍ଷମତା ଓ ଶକ୍ତି ବଳରେ ଏହି ଲୋକଟି ପ୍ରେତାତ୍ମାମାନଙ୍କୁ ଧମକ ଦେଉଛି ଓ ସେମାନେ ବାହାରି ଯାଉଛନ୍ତି!”


ସେଠାକାର ଲୋକମାନେ ଯୀଶୁଙ୍କୁ ଚିହ୍ନିପାରି ଆଖପାଖ ଅଞ୍ଚଳରେ ଥିବା ରୋଗୀମାନଙ୍କୁ ଯୀଶୁଙ୍କ ନିକଟକୁ ଡାକି ଆଣିଲେ।


ତା’ର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ, ସେମାନେ ପଚାରିଲେ, “ଏ ଲୋକଟି କ’ଣ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁ ନ ଥିଲା?”


Swiv nou:

Piblisite


Piblisite