Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:1 - ପବିତ୍ର ବାଇବଲ (CL) NT (BSI)

1 ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟ ଅପରାହ୍ନ ତିନିଟାବେଳେ ଉପାସନା ମନ୍ଦିରକୁ ଯାଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଦିନେ ପ୍ରାର୍ଥନାର ନିର୍ଦ୍ଦିଷ୍ଟ ସମୟରେ, ଅର୍ଥାତ୍, ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍‍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।

Gade chapit la Kopi

ପବିତ୍ର ବାଇବଲ

1 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।

Gade chapit la Kopi




ପ୍ରେରିତ 3:1
27 Referans Kwoze  

ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ଏକ ଦର୍ଶନରେ ସ୍ପଷ୍ଟ ଦେଖିଲେ ଯେ ଈଶ୍ୱରଙ୍କ ଦୂତ ଆସି ତାଙ୍କୁ ଡାକୁଛନ୍ତି, “କର୍ଣ୍ଣୀଲିୟ।”


ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।


ବାହାରେ ଏକ ବିରାଟ ଜନତା ପ୍ରାର୍ଥନାରେ ନିବିଷ୍ଟ ଥିଲେ।


ସେତେବେଳେ ଜଣେ ଲୋକ ଆସି କହିଲା, “ଦେଖନ୍ତୁ! ଯେଉଁ ଲୋକମାନଙ୍କୁ ଆପଣମାନେ କାରାଗାରରେ ପକାଇଥିଲେ, ସେମାନେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି।”


ଯିରୂଶାଲମକୁ ଫେରିଗଲେ ଏବଂ ଅଧିକାଂଶ ସମୟ ମନ୍ଦିରରେ ଈଶ୍ୱରଙ୍କ ସ୍ତୁତି ବନ୍ଦନା କରି ସମୟ ଅତିବାହିତ କଲେ।


ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।


ସେମାନେ ପ୍ରତିଦିନ ଉପାସନା ମନ୍ଦିରରେ ଗୋଟିଏ ଦଳ ରୂପେ ଏକତ୍ରିତ ହେଉଥିଲେ ଏବଂ ଆନନ୍ଦ ମନରେ ଓ ନମ୍ରଚିତ୍ତରେ


ଯୀଶୁଙ୍କ ପ୍ରିୟ ଶିଷ୍ୟ, ପିତରଙ୍କୁ କହିଲେ, “ଏ ନିଶ୍ଚୟ ପ୍ରଭୁ।” ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ (କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ)।


ଯୀଶୁ ପିତର ଓ ଯୋହନଙ୍କୁ ଏହି କଥା କହି ପଠାଇଲେ, “ଯାଅ ଆମ ଖାଇବା ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”


ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ତାଙ୍କ ସଙ୍ଗରେ ନେଲେ। ସେତେବେଳେ ଯୀଶୁ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହୋଇ


ଯୀଶୁ ଏହାର ଛଅ ଦିନ ପରେ ପିତର ଓ ଯାକୁବ, ଯୋହନ ଦୁଇ ଭାଇଙ୍କୁ ନେଇ ଗୋଟିଏ ଉଚ୍ଚ ପାହାଡ଼ ଉପରକୁ ଗଲେ। ସେଠାରେ ଅନ୍ୟ କେହି ନ ଥିଲେ।


କର୍ଣ୍ଣୀଲିୟ କହିଲେ, “ତିନିଦିନ ତଳେ ପ୍ରାୟ ଏହି ସମୟରେ ଅପରାହ୍ନ ତିନି ଘଣ୍ଟାବେଳେ ମୁଁ ମୋ’ ଘରେ ପ୍ରାର୍ଥନା କରୁଥିଲି। ହଠାତ୍ ଶୁଭ୍ର ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ’ ସମ୍ମୁଖରେ ଠିଆ ହୋଇ କହିଲେ,


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ସେ ଦିନ ଦି’ପହରବେଳେ ସାରାଦେଶରେ ଅନ୍ଧକାର ଘୋଟିଗଲା ଓ ତାହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।


“ଦୁଇ ଜଣ ମନ୍ଦିରକୁ ପ୍ରାର୍ଥନା କରିବାକୁ ଗଲେ। ଜଣେ ଫାରୁଶୀ ଓ ଆଉ ଜଣେ କରଆଦାୟକାରୀ।


ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖି ସେ ସେମାନଙ୍କୁ ଭିକ ମାଗିଲା।


ସେମାନେ ତାହାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ ଓ ପିତର କହିଲେ, “ଆମ ଆଡ଼କୁ ଚାହଁ!”


Swiv nou:

Piblisite


Piblisite