Biblia Todo Logo
Bib sou entènèt

- Piblisite -




ପ୍ରେରିତ 27:7 - ପବିତ୍ର ବାଇବଲ (CL) NT (BSI)

7 ଆମେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାତ୍ରା କରି ବହୁ କଷ୍ଟେ କ୍ନୀଦ ସହର ପାଖରେ ପହଞ୍ଚିଲୁ। ପ୍ରତିକୂଳ ପବନ ହେତୁ ଆମେ ସେହି ଦିଗରେ ଆଉ ଆଗେଇ ପାରିଲୁ ନାହିଁ, ତେଣୁ କ୍ରଟ ଦ୍ୱୀପର ଦକ୍ଷିଣ ପାଶ୍ୱର୍ର ଆଢ଼ୁଆଳ ଅଞ୍ଚଳ ଦେଇ ଯାତ୍ରା କରି ସାଲମୋନୀ ଅନ୍ତରୀପ ଅତିକ୍ରମ କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧୀରେ ଧୀରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବା ପାଇଁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଉହାଡ଼େ ଉହାଡ଼େ ଯାତ୍ରା କଲୁ,

Gade chapit la Kopi

ଓଡିଆ ବାଇବେଲ

7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,

Gade chapit la Kopi

ପବିତ୍ର ବାଇବଲ

7 ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ।

Gade chapit la Kopi




ପ୍ରେରିତ 27:7
6 Referans Kwoze  

ସମସ୍ତେ ଦୀର୍ଘ କାଳ ଅନାହାରରେ ରହିବା ପରେ, ପାଉଲ ଯାତ୍ରଅୀମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ବନ୍ଧୁଗଣ, ଆପଣମାନେ ମୋ’ କଥା ଅନୁସାରେ କ୍ରୀଟରୁ ଜାହାଜ ଛାଡ଼ି ନ ଥିଲେ, ଆମର ଏ ଦୁର୍ଦ୍ଦଶା ଘଟି ନ ଥାନ୍ତା।


କ୍ରୀଟର ଅଧିବାସୀମାନଙ୍କ ସମ୍ବନ୍ଧରେ ସେମାନଙ୍କର ଜଣେ ଲେଖକ କହିଛନ୍ତି: “କ୍ରୀଟୀୟମାନେ ସର୍ବଦା ମିଥ୍ୟାବାଦୀ, ସେମାନେ ହିଂସ୍ରପଶୁବତ୍; ଶ୍ରମକାତର ଓ ଉଦରମ୍ଭରି।”


ସେଠାରେ କେତୋଟି ବିଷୟର ସୁବ୍ୟବସ୍ଥା କରିବା ପାଇଁ ଏବଂ ଏଥିନିମନ୍ତେ ପ୍ରତ୍ୟେକ ସହରରେ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତା ନିଯୁକ୍ତ କରିବାକୁ ତୁମକୁ ମୁଁ କ୍ରୀଟ୍ରେ ଛାଡ଼ି ଆସିଥିଲି। ଏ ସମ୍ପର୍କରେ ମୋର ନିର୍ଦ୍ଦେଶଗୁଡ଼ିକୁ ସ୍ମରଣ ରଖ,


ପୁଣି କେତେକ କ୍ରୀତ ଓ ଆରବୀୟ ଦେଶର ଲୋକ। ତଥାପି ଈଶ୍ୱର ଯେଉଁ ମହତ୍ ବିଷୟସବୁ ସାଧନ କରିଛନ୍ତି, ସେ ସମ୍ବନ୍ଧରେ ଆମେ ସମସ୍ତେ ସେମାନଙ୍କଠାରୁ ଆମ ନିଜ ନିଜ ଭାଷାରେ ଶୁଣିପାରୁଛୁ।”


ଆମେ ସେଠାରୁ ଯାତ୍ରା କରିବା ସମୟରେ ପ୍ରତିକୂଳ ପବନ ବହିବାରୁ ସାଇପ୍ରସ୍ ଦ୍ୱୀପର ଉହାଡ଼େ ଉହାଡ଼େ ଗଲୁ।


Swiv nou:

Piblisite


Piblisite