Biblia Todo Logo
Bib sou entènèt

- Piblisite -




ପ୍ରେରିତ 27:3 - ପବିତ୍ର ବାଇବଲ (CL) NT (BSI)

3 ତହିଁ ଆର ଦିନ ଆମେ ସିଦୋନରେ ପହଞ୍ଚିଲୁ। ୟୁଲିୟସ୍ ପାଉଲଙ୍କ ପ୍ରତି ସଦୟ ଥିଲେ। ପାଉଲଙ୍କ ବନ୍ଧୁମାନଙ୍କଠାରୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ସବୁ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଭେଟିବା ପାଇଁ ସେ ପାଉଲଙ୍କୁ ଅନୁମତି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ନିକଟକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ।

Gade chapit la Kopi

ଓଡିଆ ବାଇବେଲ

3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ।

Gade chapit la Kopi

ପବିତ୍ର ବାଇବଲ

3 ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ।

Gade chapit la Kopi




ପ୍ରେରିତ 27:3
12 Referans Kwoze  

ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।


ଆମ୍ଭେମାନେ ରୋମରେ ପହଞ୍ଚିବା ପରେ, ପାଉଲଙ୍କୁ ଅନୁମତି ମିଳିଲା ଯେ, ତାଙ୍କୁ ଜଗିବା ପାଇଁ ନିଯୁକ୍ତ ଗୋଟିଏ ସୈନିକ ସହ ସେ ନିଜ ଇଚ୍ଛାନୁଯାୟୀ ଯେ କୌଣସି ସ୍ଥାନରେ ରହିପାରନ୍ତି।


କିନ୍ତୁ ସେନାପତି ପାଉଲଙ୍କ ପ୍ରାଣରକ୍ଷା କରିବାକୁ ଚାହୁଁଥିଲେ; ତେଣୁ ସେ ସୈନିକମାନଙ୍କୁ ସେଥିରୁ ନିବୃତ୍ତ କଲେ। ସନ୍ତରଣ କରି ପାରୁଥିବା ସମସ୍ତଙ୍କୁ ପାଣିକୁ ଡେଇଁପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ,


ଆମ୍ଭେମାନେ ଇଟାଲୀରୁ ଜଳଯାତ୍ରା କରିବୁ ବୋଲି ସ୍ଥିର ହେବାରୁ ପାଉଲ ଓ ଅନ୍ୟ କେତେକ ବନ୍ଦୀ “ସମ୍ରାଟ ସେନାଦଳ” ନାମକ ଗୋଟିଏ ରୋମୀୟ ସୈନ୍ୟବାହିନୀର ସେନାପତି ଯୁଲିୟସ୍‌ଙ୍କୁ ହାତରେ ସମର୍ପିତ ହେଲେ।


ସେହି ସମୟରେ ହେରୋଦ ସୋର ଓ ସୀଦନର ଲୋକମାନଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ତାଙ୍କୁ ଦେଖା କରିବା ପାଇଁ ଗଲେ। ପ୍ରଥମେ ସେମାନେ ରାଜପ୍ରାସାଦ ଦାୟିତ୍ୱରେ ଥିବା ବ୍ଳାଷ୍ଟସ୍‌ଙ୍କୁ ବୁଝାଇ ତାଙ୍କର ସାହାଯ୍ୟ ପାଇଲେ। ତା’ପରେ ସେମାନେ ହେରୋଦଙ୍କ ପାଖକୁ ଯାଇ ଶାନ୍ତି ଭିକ୍ଷା କଲେ, କାରଣ ହେରୋଦଙ୍କ ରାଜ୍ୟରୁ ସେମାନଙ୍କ ଦେଶକୁ ଖାଦ୍ୟ ସାମଗ୍ରୀ ରପ୍ତାନୀ ହେଉଥିଲା।


“ହେ କୋରାଜିନ, କେଡ଼େ ଭୟାବହ ଦଶା ତୁମେ ଭୋଗିବ! ବେଥସାଇଦା, ତୁମର ଦଶା ମଧ୍ୟ ତଦ୍ରୁପ। ତୁମ ମଧ୍ୟରେ ଯେଉଁ ଅଲୌକିକ କାର୍ଯ୍ୟସବୁ ଯଦି ସୋର ଓ ସିଦୋନରେ କରାଯାଇଥାନ୍ତା, ସେଠିକାର ଲୋକମାନେ ଦେହରେ ପାଉଁଶ ବୋଳିହୋଇ ଅଖା ପିନ୍ଧି ଅନତାପ କରିଥାନ୍ତେ।


Swiv nou:

Piblisite


Piblisite