Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:8 - ପବିତ୍ର ବାଇବଲ (CL) NT (BSI)

8 ପ୍ରଭୁ ଯେ ମୃତମାନଙ୍କୁ ଉତ୍ଥିତ କରାନ୍ତି, ଏହା ବିଶ୍ୱାସ କରିବା ଅସମ୍ଭବ ବୋଲି ଆପଣମାନେ କାହିଁକି ମନେ କରୁଛନ୍ତି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଈଶ୍ଵର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ଵାସ ବୋଲି ବୋଧ ହୁଏ?

Gade chapit la Kopi

ଓଡିଆ ବାଇବେଲ

8 ଈଶ୍ୱର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ୱାସ୍ୟ ବୋଲି ବୋଧ ହୁଏ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଈଶ୍ବର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ୱସ୍ତ ବୋଲି ବୋଧ ହୁଏ?

Gade chapit la Kopi

ପବିତ୍ର ବାଇବଲ

8 ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କରି ପାରିବେ, ଏ କଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?

Gade chapit la Kopi




ପ୍ରେରିତ 26:8
14 Referans Kwoze  

ସେମାନେ ଉତ୍ତ୍ୟକ୍ତ ହେଲେ, କାରଣ ଯୀଶୁ ମୃତ୍ୟୁରୁ ଉଠିଥିଲେ ବୋଲି ପ୍ରେରିତ ଶିଷ୍ୟଦ୍ୱୟ ଶିକ୍ଷା ଦେଇ, ଏଥିଦ୍ୱାରା ମୃତମାନେ ପୁନର୍ଜୀବିତ ହୁଅନ୍ତି ବୋଲି ପ୍ରମାଣିତ କରୁଥିଲେ।


ଯେଉଁ ଶକ୍ତି ବଳରେ ସେ ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ସେହି ଶକ୍ତି ପ୍ରୟୋଗ କରି ସେ ଆମର ଦୁର୍ବଳ ମରଶରୀରକୁ ତାଙ୍କର ଗୌରବମୟ ଶରୀର ସଦୃଶ କରିବେ।


ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।”


ସେମାନେ କେବଳ ନିଜ ଧର୍ମ ବିଷୟରେ ଏବଂ ଯୀଶୁ ନାମକ ଯେଉଁ ମୃତ ବ୍ୟକ୍ତିଙ୍କୁ ପାଉଲ ଜୀବିତ ବୋଲି ଦାବୀ କରୁଛନ୍ତି, ତାଙ୍କ ବିଷୟ ନେଇ ଯୁକ୍ତିତର୍କ କଲେ।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


“କାରଣ ଈଶ୍ୱରଙ୍କ ପକ୍ଷରେ କୌଣସି ବିଷୟ ଅସମ୍ଭବ ନୁହେଁ।”


ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।


Swiv nou:

Piblisite


Piblisite