Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:7 - ପବିତ୍ର ବାଇବଲ (CL) NT (BSI)

7 ଆମ ଜାତିର ବାରଗୋଷ୍ଠୀ ଦିବାରାତ୍ରି ପ୍ରଭୁଙ୍କ ଉପାସନା କରି ସେହି ଏକ ବିଷୟ ପାଇବା ପାଇଁ ଆଶା କରନ୍ତି। ହେ ରାଜନ୍, ମୋର ସେହି ଭରସା ହେତୁ ଇହୁଦୀମାନେ ମୋତେ ଦୋଷୀ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭମାନଙ୍କ ଦ୍ଵାଦଶ ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ଵରଙ୍କ ସେବା କରୁଅଛନ୍ତି। ହେ ରାଜନ୍, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହେଉଅଛି।

Gade chapit la Kopi

ଓଡିଆ ବାଇବେଲ

7 ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ୱରଙ୍କ ସେବା କରୁଅଛନ୍ତି । ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୂଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ବରଙ୍କ ସେବା କରୁଅଛନ୍ତି। ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି।

Gade chapit la Kopi

ପବିତ୍ର ବାଇବଲ

7 ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି।

Gade chapit la Kopi




ପ୍ରେରିତ 26:7
19 Referans Kwoze  

ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।


ଯେଉଁ ବିଧବା ପ୍ରକୃତରେ ଏକାକିନୀ ଓ ନିରାଶ୍ରୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି, ଦିବାନିଶି ତାଙ୍କର ସାହାଯ୍ୟ ଭିକ୍ଷା କରୁଥାଏ।


ତୁମ୍ଭମାନଙ୍କୁ ସାକ୍ଷାତ କରି ତୁମ ବିଶ୍ୱାସରେ ଯାହା ଅଭାବ ଅଛି, ତାହା ପୂରଣ କରିବା ପାଇଁ ଆମକୁ ସୁଯୋଗ ଦେବାକୁ ଦିବାନିଶି ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ।


ଓ ମୃତ୍ୟୁରୁ ପୁନରୁତ୍ôଥତ ହେବାର ଭରସା ଲାଭ କରିବି।


ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।


ଯୀଶୁ ଉତ୍ତର ଦେଲେ, “ଏକଥା ନିଶ୍ଚିତ ବୋଲି ଜାଣିବ, ନୂତନ ଯୁଗରେ ଯେତେବେଳେ ମନୁଷ୍ୟପୁତ୍ର ତାଙ୍କର ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ, ସେତେବେଳେ ମୋର ଏହି ବାର ଶିଷ୍ୟ ମଧ୍ୟ ବାରଟି ସିଂହାସନରେ ବସି ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ରାଜତ୍ୱ କରିବେ।


“ରାଜା ଆଗ୍ରୀପା! ଇହୁଦୀମାନେ ମୋତେ ଯେଉଁ ସବୁ ବିଷୟରେ ଅଭିଯୁକ୍ତ କରିଛନ୍ତି, ତାହା ବିପକ୍ଷରେ ଆପଣଙ୍କ ସମ୍ମୁଖରେ ମୁଁ ଆତ୍ମସମର୍ଥନ କରିବାକୁ ସୁଯୋଗ ପାଇଥିବାରୁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି,


ସେତେବେଳେ ସତର୍କ ରୁହ, ମୁଁ ଯେ ଦିନ ରାତି ଅଶ୍ରୁ ଢାଳି ତିନି ବର୍ଷ ପର୍ଯ୍ୟନ୍ତ ତୁମ ପ୍ରତ୍ୟେକଙ୍କୁ ଶିକ୍ଷା ଦେଇଛି, ଏ କଥା ସ୍ମରଣରେ ରଖ।


ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।


ଏମାନଙ୍କ ଭଳି ପ୍ରଭୁଙ୍କଠାରେ ମୋର ସେହି ଏକ ଭରସା ଯେ, ଭଲ ଓ ଖଳ ଲୋକ ସମସ୍ତେ ମୃତ୍ୟୁରୁ ଉତ୍ଥିତ ହେବେ।


କାରଣ ଇହୁଦୀମାନଙ୍କ ରୀତିନୀତି ଓ ମତାମତ ସମ୍ବନ୍ଧରେ ଆପଣ ଭଲ ରୂପେ ଜାଣନ୍ତି। ଅନୁରୋଧ କରୁଛି, ଆପଣ ଧୈର୍ଯ୍ୟ ସହକାରେ ମୋ’ କଥା ଶୁଣନ୍ତୁ।


ସେଥିପାଇଁ ଏ ବିଷୟରେ କଥାବାର୍ତ୍ତା ହେବାକୁ ମୁଁ ତୁମ୍ଭମାନଙ୍କୁ ଡକାଇଛି। ବାସ୍ତବିକ, ଯାହାଙ୍କ ଉପରେ ଇଶ୍ରାଏଲୀୟ ଲୋକମାନେ ଆଶା ଭରସା କରି ଆସିଛନ୍ତି, ତାଙ୍କ ପାଇଁ ଆଜି ମୁଁ ଶିକୁଳିରେ ବନ୍ଧା ହୋଇଛି।”


Swiv nou:

Piblisite


Piblisite