Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:6 - ପବିତ୍ର ବାଇବଲ (CL) NT (BSI)

6 ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ମୋର ଭରସା ଥିବା ହେତୁ ଆଜି ମୁଁ ଏଠାରେ ବିଚାରିତ ହେବା ପାଇଁ ଠିଆ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଈଶ୍ଵର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି |

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ନିକଟରେ ଈଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

6 ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଗ୍ଭର ହେଉଛି।

Gade chapit la Kopi




ପ୍ରେରିତ 26:6
59 Referans Kwoze  

ଏମାନଙ୍କ ଭଳି ପ୍ରଭୁଙ୍କଠାରେ ମୋର ସେହି ଏକ ଭରସା ଯେ, ଭଲ ଓ ଖଳ ଲୋକ ସମସ୍ତେ ମୃତ୍ୟୁରୁ ଉତ୍ଥିତ ହେବେ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ସେଥିପାଇଁ ଏ ବିଷୟରେ କଥାବାର୍ତ୍ତା ହେବାକୁ ମୁଁ ତୁମ୍ଭମାନଙ୍କୁ ଡକାଇଛି। ବାସ୍ତବିକ, ଯାହାଙ୍କ ଉପରେ ଇଶ୍ରାଏଲୀୟ ଲୋକମାନେ ଆଶା ଭରସା କରି ଆସିଛନ୍ତି, ତାଙ୍କ ପାଇଁ ଆଜି ମୁଁ ଶିକୁଳିରେ ବନ୍ଧା ହୋଇଛି।”


କାରଣ ଖ୍ରୀଷ୍ଟଙ୍କ ସେବାର ଜୀବନ ଇହୁଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନଙ୍କୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ଈଶ୍ୱର ବିଶ୍ୱସ୍ତ, ଇହୁଦୀ ଜାତିର ପୂର୍ବପୁରୁଷମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞାସବୁ ସେ ପାଳନ କରିବେ।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।


ପ୍ରଭୁ ଯେ ମୃତମାନଙ୍କୁ ଉତ୍ଥିତ କରାନ୍ତି, ଏହା ବିଶ୍ୱାସ କରିବା ଅସମ୍ଭବ ବୋଲି ଆପଣମାନେ କାହିଁକି ମନେ କରୁଛନ୍ତି?


ଅବଶ୍ୟ ମୁଁ ଗୋଟଏ କଥା କରିଥିଲି: ସେମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ମୁଁ ଦୃଢ଼ଭାବେ କହିଥିଲି, ‘ମୃତମାନେ ପୁନର୍ଜୀବିତ ହେବେ ବୋଲି ମୁଁ ବିଶ୍ୱାସ କରିଥିବାରୁ ଆଜି ଆପଣମାନଙ୍କ ଦ୍ୱାରା ବିଚାରିତ ହେଉଛି’।”


ବର୍ତ୍ତମାନ ଯାହା ଘଟୁଅଛି, ସେହି ବିଷୟରେ ଶାମୁଏଲଙ୍କ ସମେତ ସବୁ ଭବିଷ୍ୟତ୍ବକ୍ତାମାନେ ବାର୍ତ୍ତା ପ୍ରଚାର କରି କହିଥିଲେ ଓ ତାଙ୍କର ପରବର୍ତ୍ତୀ ଭବିଷ୍ୟତ୍ବକ୍ତାମାନେ ମଧ୍ୟ ଏହି ବିଷୟ ଘୋଷଣା କରିଥିଲେ।


Swiv nou:

Piblisite


Piblisite