Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:5 - ପବିତ୍ର ବାଇବଲ (CL) NT (BSI)

5 ମୁଁ ଯେ ପ୍ରଥମରୁ ଫାରୁଶୀ ନାମକ ଆମ ଧର୍ମର ସବୁଠାରୁ ନୈଷ୍ଠିକ ଦଳର ସଦସ୍ୟ ଥିଲି, ସେମାନେ ଏହା ଜାଣନ୍ତି ଏବଂ ଇଚ୍ଛା କଲେ, ସେମାନେ ଏ ବିଷୟରେ ସାକ୍ଷ୍ୟ ଦେଇପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲି।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନଯାପନ କଲି।

Gade chapit la Kopi

ପବିତ୍ର ବାଇବଲ

5 ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି। ସେମାନେ ଯଦି ଗ୍ଭହାନ୍ତି ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୂଶୀ ଥିଲି। ଯିହୂଦୀୟ ଧର୍ମ ବ୍ୟବସ୍ଥାକୁ ଫାରୂଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି।

Gade chapit la Kopi




ପ୍ରେରିତ 26:5
7 Referans Kwoze  

ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ଏହି ଲୋକଟା ଭୟଙ୍କର ଗଣ୍ଡଗୋଳିଆ ବୋଲି ଆମେ ଜାଣୁ; ସେ ପୃଥିବୀରେ ସବୁଆଡ଼େ ବୁଲି ଇହୁଦୀମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ମତାଉଛି। ସେ ନାଜରିତୀୟ ଦଳର ଜଣେ ନେତା।


ମୋର ଏହି କଥା ଯେ ସତ୍ୟ, ପ୍ରଧାନ ଯାଜକ ଓ ମହାସଭାର ସମସ୍ତେ ଏହାର ସାକ୍ଷୀ। ଏହି ଲୋକମାନଙ୍କୁ ବନ୍ଦୀ କରି ଓ ଜଞ୍ଜିରରେ ବାନ୍ଧି ଦଣ୍ଡିତ କରାଇବା ପାଇଁ ଯିରୂଶାଲମକୁ ଘେନି ଆସିବା ନିମନ୍ତେ ମୁଁ ପ୍ରଧାନ ଯାଜକଙ୍କଠାରୁ ପରିଚୟ ପତ୍ର ନେଇ ଦାମାସ୍କସ୍ରେ ଥିବା ଇହୁଦୀ ଭାଇମାନଙ୍କ ନିକଟକୁ ଗଲି।


ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ।


କିନ୍ତୁ ଫାରୂଶୀ ମତାବଲମ୍ବୀ କେତେକ ବିଶ୍ୱାସୀ ଠିଆ ହୋଇ କହିଲେ, “ଅଣଇହୁଦୀମାନେ ସୁନ୍ନତ ହେବାକୁ ବାଧ୍ୟ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ସେମାନଙ୍କୁ କୁହାଯିବା ଉଚିତ।”


Swiv nou:

Piblisite


Piblisite