Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:3 - ପବିତ୍ର ବାଇବଲ (CL) NT (BSI)

3 କାରଣ ଇହୁଦୀମାନଙ୍କ ରୀତିନୀତି ଓ ମତାମତ ସମ୍ବନ୍ଧରେ ଆପଣ ଭଲ ରୂପେ ଜାଣନ୍ତି। ଅନୁରୋଧ କରୁଛି, ଆପଣ ଧୈର୍ଯ୍ୟ ସହକାରେ ମୋ’ କଥା ଶୁଣନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ଵନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋର କଥା ଶ୍ରବଣ କରିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି।

Gade chapit la Kopi

ଓଡିଆ ବାଇବେଲ

3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି।

Gade chapit la Kopi

ପବିତ୍ର ବାଇବଲ

3 ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।

Gade chapit la Kopi




ପ୍ରେରିତ 26:3
13 Referans Kwoze  

ନାଜରିତର ଯୀଶୁ ମନ୍ଦିରକୁ ଭାଙ୍ଗି ପକାଇବେ ଓ ମୋଶାଙ୍କଠାରୁ ଆମ୍ଭେମାନେ ପାଇଥିବା ସମସ୍ତ ବିଧିବିଧାନ ପରିବର୍ତ୍ତନ କରିବେ ବୋଲି ଏହି ଲୋକ କହୁଥିବାର ଆମ୍ଭେମାନେ ଶୁଣିଛୁ!”


ରାଜା ଆଗ୍ରୀପା! ଆପଣ ଏସବୁ ବିଷୟ ଜାଣିଥିବାରୁ ମୁଁ ଆପଣଙ୍କ ସମ୍ମୁଖରେ ଏ କଥା କହିବାକୁ ସାହସ କରୁଛି! ମୁଁ ନିଶ୍ଚିତଭାବେ ଜାଣେ ଯେ, ଏ ସମସ୍ତ ବିଷୟ ଆପଣଙ୍କୁ ଗୋଚର, କାରଣ ଅଜ୍ଞାତ ସାରରେ ଗୁପ୍ତ ଭାବରେ ଏ ବିଷୟଗୁଡ଼ିକ ଘଟି ନାହିଁ।


ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।


ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।


ଆମ ଜାତିର ବାରଗୋଷ୍ଠୀ ଦିବାରାତ୍ରି ପ୍ରଭୁଙ୍କ ଉପାସନା କରି ସେହି ଏକ ବିଷୟ ପାଇବା ପାଇଁ ଆଶା କରନ୍ତି। ହେ ରାଜନ୍, ମୋର ସେହି ଭରସା ହେତୁ ଇହୁଦୀମାନେ ମୋତେ ଦୋଷୀ କରୁଛନ୍ତି।


କିନ୍ତୁ ତା’ ବିଷୟରେ ନିର୍ଦ୍ଦିଷ୍ଟଭାବେ ସମ୍ରାଟଙ୍କୁ ଲେଖିବା ପାଇଁ ମୋର କିଛି ନାହିଁ। ତେଣୁ ମୁଁ ତାକୁ ଆପଣମାନଙ୍କ ସମ୍ମୁଖକୁ ଏବଂ ବିଶେଷଭାବେ ହେ ରାଜା ଆଗ୍ରୀପା, ଆପଣଙ୍କ ସମ୍ମୁଖକୁ ଆଣିଛି, ଯେପରି କି ତାହାର ବିଷୟ ଭଲ ଭାବରେ ତଦନ୍ତ କରିବା ପରେ ମୁଁ କିଛି ଲେଖିପାରିବି।


ତା’ପରେ ରାଜ୍ୟପାଳ ପାଉଲଙ୍କୁ କଥା କହିବା ପାଇଁ ଇଙ୍ଗିତ ଦେବାରୁ ପାଉଲ କହିଲେ: “ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏହି ଜାତିର ବିଚାରପତି ହୋଇଛନ୍ତି, ତେଣୁ ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ମୋ’ ପକ୍ଷରେ ସୌଭାଗ୍ୟଜନକ।


ସେ ଯାହାହେଉ, ମୁଁ ଆପଣଙ୍କର ଅଧିକ ସମୟ ନେବାକୁ ଚାହେଁ ନାହିଁ, ତେଣୁ ଆପଣ ଦୟା କରି ଆମର ସଂକ୍ଷିପ୍ତ ବିବରଣୀ ଶୁଣିବା ପାଇଁ ମୋର ଅନୁରୋଧ।


ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।


“ରାଜା ଆଗ୍ରୀପା! ଇହୁଦୀମାନେ ମୋତେ ଯେଉଁ ସବୁ ବିଷୟରେ ଅଭିଯୁକ୍ତ କରିଛନ୍ତି, ତାହା ବିପକ୍ଷରେ ଆପଣଙ୍କ ସମ୍ମୁଖରେ ମୁଁ ଆତ୍ମସମର୍ଥନ କରିବାକୁ ସୁଯୋଗ ପାଇଥିବାରୁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି,


Swiv nou:

Piblisite


Piblisite