Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ଉଠି ଠିଆ ହୁଅ। ତୁମକୁ ମୋର ସେବକ ରୂପେ ନିଯୁକ୍ତ କରିବା ପାଇଁ ମୁଁ ତୁମକୁ ଦର୍ଶନ ଦେଇଅଛି। ଆଜି ତୁମେ ମୋ’ ବିଷୟରେ ଯାହା ଦେଖିଛ ଓ ଭବିଷ୍ୟତ୍ରେ ମୁଁ ତୁମକୁ ଯାହା ଦେଖାଇବି, ସେ ବିଷୟରେ ତୁମେ ଅନ୍ୟମାନଙ୍କୁ କହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହିସମସ୍ତ ବିଷୟର ସାକ୍ଷୀସ୍ଵରୂପ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।

Gade chapit la Kopi

ପବିତ୍ର ବାଇବଲ

16 ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସେବକରୂପେ ନିଯୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦେଖା ଦେଇଅଛି। ତୁମ୍ଭେ ମୋ’ ବିଷୟରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦେଖାଇବି, ତୁମ୍ଭେ ତା'ର ସାକ୍ଷୀହେବ।

Gade chapit la Kopi




ପ୍ରେରିତ 26:16
34 Referans Kwoze  

ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।


ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।


ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏହି କାର୍ଯ୍ୟ କରିବା ପାଇଁ ମୁଁ ଈଶ୍ୱରଙ୍କ ଦ୍ୱାରା ମଣ୍ଡଳୀର ଜଣେ ସେବକ ରୂପେ ନିଯୁକ୍ତ ହୋଇଛି। ତାଙ୍କର ସୁସମାଚାର ସମ୍ପୂର୍ଣ୍ଣ ରୂପେ ଘୋଷଣା କରିବା ମୋର କାର୍ଯ୍ୟ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”


କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ସଂଯତ କରି ରଖ; ଶୁଭ ବାର୍ତ୍ତାର ପ୍ରଚାରକ ଓ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ରୂପେ ତୁମେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ରୁହ।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।


ଏସବୁ ଈଶ୍ୱରଙ୍କ କାର୍ଯ୍ୟ। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ତାଙ୍କ ସହିତ ପୁନର୍ମିଳିତ କରିଛନ୍ତି ଏବଂ ତାଙ୍କ ସହିତ ଅନ୍ୟମାନଙ୍କର ପୁନର୍ମିଳନ କରାଇବା ପାଇଁ ସେ ଆମକୁ ଦାୟିତ୍ୱ ଦେଇଛନ୍ତି।


ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।


ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।


ମୁଁ ପଚାରିଲି, ‘ପ୍ରଭୁ, ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ, ଦାମାସ୍କସ୍କୁ ଯାଅ, ଈଶ୍ୱର ତୁମ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରିଛନ୍ତି, ସେଠାରେ ତୁମକୁ ତାହା ଜଣାଇ ଦିଆଯିବ।’


ପାଉଲ ସେମାନଙ୍କୁ ଅଭିବାଦନ ଜଣାଇ ତାଙ୍କ କାର୍ଯ୍ୟ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କ ମଧ୍ୟରେ ଯାହା କରିଥିଲେ; ତା’ର ଏକ ସଂପୂର୍ଣ୍ଣ ବିବରଣୀ ଦେଲେ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


ତାହାହେଲେ ପ୍ରାର୍ଥନା ଓ ପ୍ରଚାର କାର୍ଯ୍ୟରେ ଆମେ ସଂପୂର୍ଣ୍ଣ ସମୟ ଦେଇପାରିବା।


ପ୍ରେରିତ ଶିଷ୍ୟ କାର୍ଯ୍ୟ କରିବ, ତାହା ଆମ୍ଭମାନଙ୍କୁ ଜଣାଅ।”


ଅବଶ୍ୟ ଯିହୁଦା ଆମ ଦଳରେ ଥିଲା ଓ ଆମ୍ଭମାନଙ୍କର ଜଣେ ସହକର୍ମୀ ହେବା ପାଇଁ ମନୋନୀତ ହୋଇଥିଲା।”


ଆରମ୍ଭରୁ ଏହିସବୁ ଘଟଣା ଦେଖିଥିବା ଲୋକମାନେ ଯେପରି ସୁସମାଚାର ଘୋଷଣା କରିଥିଲେ, ସେହି ଅନୁସାରେ ଉକ୍ତ ବିବରଣୀମାନ ଲେଖାଯାଇଛି।


ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ?’ ପ୍ରଭୁ ଉତ୍ତର ଦେଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମେ ଉତ୍ପୀଡ଼ନ କରୁଛ।


ଈଶ୍ୱର ତାଙ୍କର ଗୁପ୍ତ ଯୋଜନା ପ୍ରକାଶ କରି ମୋତେ ଜଣାଇଛନ୍ତି। (ଏ ବିଷୟରେ ମୁଁ ସଂକ୍ଷିପ୍ତଭାବେ ଲେଖୁଛି।


Swiv nou:

Piblisite


Piblisite