Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:5 - ପବିତ୍ର ବାଇବଲ (CL) NT (BSI)

5 ଏହି ଲୋକଟା ଭୟଙ୍କର ଗଣ୍ଡଗୋଳିଆ ବୋଲି ଆମେ ଜାଣୁ; ସେ ପୃଥିବୀରେ ସବୁଆଡ଼େ ବୁଲି ଇହୁଦୀମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ମତାଉଛି। ସେ ନାଜରିତୀୟ ଦଳର ଜଣେ ନେତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ଵରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;

Gade chapit la Kopi

ଓଡିଆ ବାଇବେଲ

5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;

Gade chapit la Kopi

ପବିତ୍ର ବାଇବଲ

5 ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା।

Gade chapit la Kopi




ପ୍ରେରିତ 24:5
32 Referans Kwoze  

ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”


ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ।


ମୁଁ ଯେ ପ୍ରଥମରୁ ଫାରୁଶୀ ନାମକ ଆମ ଧର୍ମର ସବୁଠାରୁ ନୈଷ୍ଠିକ ଦଳର ସଦସ୍ୟ ଥିଲି, ସେମାନେ ଏହା ଜାଣନ୍ତି ଏବଂ ଇଚ୍ଛା କଲେ, ସେମାନେ ଏ ବିଷୟରେ ସାକ୍ଷ୍ୟ ଦେଇପାରିବେ।


କିନ୍ତୁ ଫାରୂଶୀ ମତାବଲମ୍ବୀ କେତେକ ବିଶ୍ୱାସୀ ଠିଆ ହୋଇ କହିଲେ, “ଅଣଇହୁଦୀମାନେ ସୁନ୍ନତ ହେବାକୁ ବାଧ୍ୟ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ସେମାନଙ୍କୁ କୁହାଯିବା ଉଚିତ।”


ଅପମାନିତ ହେଲେ, ମୃଦୁ କଥାରେ ଉତ୍ତର ଦେଇଥାଉ। ଏପର୍ଯ୍ୟନ୍ତ ଆମେ ଜଗତର ଆବର୍ଜନା ସ୍ୱରୂପ ହୋଇ ରହିଛୁ - ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ।


ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”


ତା’ପରେ ପ୍ରଧାନ ଯାଜକ, ତାଙ୍କର ସହକର୍ମୀମାନେ ଓ ସ୍ଥାନୀୟ ସାଦ୍ଦୁକୀ ଦଳର ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କ ଉପରେ ପ୍ରବଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥିର କଲେ।


ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”


ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।


(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)


ପାଉଲ ଏହି କଥା କହିବା ପର୍ଯ୍ୟନ୍ତ ଲୋକମାନେ ମନ ଦେଇ ଶୁଣୁଥିଲେ, କିନ୍ତୁ ତା’ପରେ ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ତାକୁ ବାହାର କରି ଦିଅ! ତାକୁ ହତ୍ୟା କର! ସେ ଜୀବନଧାରଣର ଯୋଗ୍ୟ ନୁହେଁ!”


ତା’ପରେ ସେମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବା ପାଇଁ କେତେକ ଲୋକଙ୍କୁ ଭିତରକୁ ଆଣିଲେ। ସେମାନେ କହିଲେ, “ଏହି ବ୍ୟକ୍ତି ସବୁବେଳେ ଆମର ପବିତ୍ର ମନ୍ଦିର ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ପ୍ରଚାର କରୁଛି।


ସେମାନଙ୍କ ଦାବୀ ପୂରଣ କରି ବିଦ୍ରୋହ ଓ ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ହୋଇଥିବା ଲୋକଟିକୁ ମୁକ୍ତ କରିଦେଲେ। ପୁଣି ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ସମର୍ପଣ କଲେ।


(ବିଦ୍ରୋହ ଓ ନରହତ୍ୟା ଅଭିଯୋଗରେ ବାରବ୍ବାକୁ ବନ୍ଦୀ କରାଯାଇଥିଲା।)


କିନ୍ତୁ ସେମାନେ ବାରମ୍ବାର ଜୋର୍ ଦେଇ କହିଲେ, “ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଯିହୂଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲୀରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି।”


ସୁତରାଂ ଶିଷ୍ୟ ଗୁରୁ ପରି ଓ ଦାସ ମାଲିକ ପରି ହୋଇପାରିଲେ ସେମାନେ ସେତିକିରେ ସନ୍ତୁଷ୍ଠ ହେବା ଉଚିତ୍। ଗୋଟିଏ ପରିବାରର କର୍ତ୍ତାକୁ ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି, ପରିବାରର ଅନ୍ୟମାନଙ୍କୁ ଆହୁରି କେତେ କୁସ୍ଥିତ ନାମ ନ ଦେବେ?


ପୁନର୍ବାର ଅନ୍ୟ ପ୍ରକାର ସ୍ୱପ୍ନାଦେଶ ପାଇ ସେ ଗାଲିଲୀ ପ୍ରଦେଶର ନାଜରିତ ସହରରେ ଘର କରି ରହିଲେ। ଏଥିମଧ୍ୟରେ ଭାବବାଦୀଙ୍କର ନିମ୍ନଲିଖିତ ଗୋଟିଏ ଉକ୍ତି ସଫଳ ହେଲା। “ସେ ନାଜରିତୀୟ ବୋଲି ପରିଚିତ ହେବେ।”


“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”


ସେ ଯାହାହେଉ, ମୁଁ ଆପଣଙ୍କର ଅଧିକ ସମୟ ନେବାକୁ ଚାହେଁ ନାହିଁ, ତେଣୁ ଆପଣ ଦୟା କରି ଆମର ସଂକ୍ଷିପ୍ତ ବିବରଣୀ ଶୁଣିବା ପାଇଁ ମୋର ଅନୁରୋଧ।


ପାଉଲ ଆସିବା କ୍ଷଣି ଯିରୂଶାଲମର ଇହୁଦୀମାନେ ତାଙ୍କ ଚାରିପଟେ ଘେରି ଯାଇ ଛିଡ଼ା ହେଲେ ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ କଲେ। କିନ୍ତୁ ସେମାନେ ଏସବୁ ପ୍ରମାଣ କରିବାକୁ ସମର୍ଥ ହେଲେ ନାହିଁ।


Swiv nou:

Piblisite


Piblisite