Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:2 - ପବିତ୍ର ବାଇବଲ (CL) NT (BSI)

2 ତା’ପରେ ପାଉଲଙ୍କୁ ସେଠାରେ ଉପସ୍ଥିତ କରାଗଲା ଏବଂ ତର୍ତ୍ତୁଲସ୍ ନିମ୍ନୋକ୍ତଭାବେ ତାଙ୍କର ଅଭିଯୋଗଗୁଡ଼ିକ ଦର୍ଶାଇଲେ: “ମହାଭାଗ, ଆପଣଙ୍କ ବିଜ୍ଞ ନେତୃତ୍ୱ ଦ୍ୱାରା ଆମେ ଦୀର୍ଘ ଦିନ ଧରି ଶାନ୍ତିରେ ବାସ କରୁଅଛୁ ଓ ଆମ ଦେଶର ମଙ୍ଗଳ ନିମନ୍ତେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍‍ସ୍‍, ଆପଣଙ୍କ ଦ୍ଵାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି ଆପଣଙ୍କର ପରିଣାମଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,

Gade chapit la Kopi

ଓଡିଆ ବାଇବେଲ

2 ତାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,

Gade chapit la Kopi

ପବିତ୍ର ବାଇବଲ

2 ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ, “ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି।

Gade chapit la Kopi




ପ୍ରେରିତ 24:2
8 Referans Kwoze  

ଏହି ଲୋକମାନେ ସବୁବେଳେ ଅସନ୍ତୁଷ୍ଠ ଓ ଅନ୍ୟମାନଙ୍କ ଉପରେ ଦୋଷାରୋପ କରନ୍ତି। ସେମାନେ କେବଳ ନିଜର କୂଅଭିଳାଷ ଚରିତାର୍ଥ କରୁଥାନ୍ତି; ନିଜର ବଡ଼ିମା ଦେଖାଇ ହୁଅନ୍ତି ଓ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।


ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ।


ପ୍ରତ୍ୟେକ ସ୍ଥାନରେ ଓ ସବୁ ସମୟରେ ଆମେ ଏହାର ସ୍ୱାଗତ କରିଛୁ, ଆମେ ଆପଣଙ୍କ ନିକଟରେ ଗଭୀର ଭାବରେ କୃତଜ୍ଞ।


Swiv nou:

Piblisite


Piblisite