Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:11 - ପବିତ୍ର ବାଇବଲ (CL) NT (BSI)

11 ଆପଣ ନିଜେ ଅନୁସନ୍ଧାନ କରି ଜାଣିପାରିବେ ଯେ, ପ୍ରାୟ ବାର ଦିନ ତଳେ ମୁଁ ଯିରୂଶାଲମକୁ ଉପାସନା କରିବାକୁ ଯାଇଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଯେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି।

Gade chapit la Kopi

ଓଡିଆ ବାଇବେଲ

11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି

Gade chapit la Kopi

ପବିତ୍ର ବାଇବଲ

11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି।

Gade chapit la Kopi




ପ୍ରେରିତ 24:11
8 Referans Kwoze  

ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ।


ତହିଁ ଆରଦିନ ପାଉଲ ଆମ ସହିତ ଯାକୁବଙ୍କୁ ଦେଖିବା ପାଇଁ ଗଲେ; ମଣ୍ଡଳୀର ସମସ୍ତ ନେତା ସେଠାରେ ଉପସ୍ଥିତ ଥିଲେ।


“ଅନେକ ବର୍ଷ ଧରି ଯିରୂଶାଲମରୁ ଦୂରରେ ରହିବା ପରେ, ମୋ’ ନିଜ ଲୋକମାନଙ୍କ ପାଇଁ କିଛି ଅର୍ଥ ନେବାକୁ ଓ ବଳିଦାନ ଉତ୍ସର୍ଗ କରିବା ପାଇଁ ମୁଁ ସେଠାକୁ ଯାଇଥିଲି।


ସେନାଧ୍ୟକ୍ଷ ତାଙ୍କର ଅଧୀନସ୍ଥ ଦୁଇ ଜଣ କର୍ମଚାରୀଙ୍କୁ ଡକାଇ କହିଲେ, “ଆଜି ରାତି ନଅଟା ସୁଦ୍ଧା ସିସେରିଆକୁ ଯିବା ପାଇଁ ସତୁରି ଜଣ ଅଶ୍ୱାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କ ସହିତ ଦୁଇ ଶହ ପଦାତିକ ସୈନ୍ୟଙ୍କୁ ପ୍ରସ୍ତୁତ କର।


ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”


ଇହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରିଛନ୍ତି, ତାହା ନିଶ୍ଚିତଭାବେ ଜାଣିବା ପାଇଁ ସୈନ୍ୟାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କର ବନ୍ଧନସବୁ ଖୋଲି ଦେଇ ମହାସଭାର ପୂର୍ଣ୍ଣ ବୈଠକ ଆହ୍ୱାନ କରିବା ପାଇଁ ଯାଜକମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।


Swiv nou:

Piblisite


Piblisite