Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:10 - ପବିତ୍ର ବାଇବଲ (CL) NT (BSI)

10 ତା’ପରେ ରାଜ୍ୟପାଳ ପାଉଲଙ୍କୁ କଥା କହିବା ପାଇଁ ଇଙ୍ଗିତ ଦେବାରୁ ପାଉଲ କହିଲେ: “ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏହି ଜାତିର ବିଚାରପତି ହୋଇଛନ୍ତି, ତେଣୁ ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ମୋ’ ପକ୍ଷରେ ସୌଭାଗ୍ୟଜନକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ, ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷସମର୍ଥନ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି।

Gade chapit la Kopi

ପବିତ୍ର ବାଇବଲ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ।

Gade chapit la Kopi




ପ୍ରେରିତ 24:10
12 Referans Kwoze  

ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।


ଆଗ୍ରୀପା ପାଉଲଙ୍କୁ କହିଲେ, “ତୁମକୁ ନିଜ ପକ୍ଷରୁ ଯାହା କିଛି କହିବା ପାଇଁ ଅନୁମତି ଦିଆଗଲା।” ପାଉଲ ହସ୍ତ ବିସ୍ତାର କରି ନିଜକୁ ସମର୍ଥନ କରି କହିଲେ -


ପାଉଲଙ୍କ ଯାତ୍ରା ନିମନ୍ତେ କେତେକ ଅଶ୍ୱ ଦିଅ ଓ ନିରାପଦରେ ତାଙ୍କୁ ରାଜ୍ୟପାଳ ଫେଲିକ୍ସ୍ଙ୍କ ନିକଟକୁ ନେଇଯାଅ।”


ସେନାପତି ତାଙ୍କୁ ଅନୁମତି ଦେବାରୁ ପାଉଲ ପାହାଚ ଉପରେ ଛିଡ଼ା ହୋଇ ଲୋକମାନଙ୍କୁ ନୀରବ ରହିବା ପାଇଁ ହାତଟେକି ସଙ୍କେତ ଦେଲେ। ସେମାନେ ନୀରବ ହେବା ପରେ ପାଉଲ ହିବ୍ରୁ ଭାଷାରେ କହିଲେ:


ଲୋକମାନଙ୍କ ମଧ୍ୟରୁ କେତେକ ମତ ଦେଲେ ଯେ, ଆଲେକ୍ଜାଣ୍ଡର ଏଥିପାଇଁ ଦାୟୀ, କାରଣ ଇହୁଦୀମାନେ ତାଙ୍କୁ ଆଗରେ ଠିଆ କରାଇଥିଲେ। ଆଲେକ୍ଜାଣ୍ଡର ହାତ ଟେକି ଲୋକମାନଙ୍କୁ ନୀରବ ରହିବା ପାଇଁ ସଙ୍କେତ ଦେଲେ ଓ ବିଶ୍ୱାସୀମାନଙ୍କ ସପକ୍ଷରେ ଭାଷଣ ଦେଇ ବୁଝାଇବାକୁ ଚେଷ୍ଟା କଲେ।


କିନ୍ତୁ ଏହି ମାମଲା କେବଳ ତୁମର ନିଜ ବିଧିବିଧାନ, ଶବ୍ଦାର୍ଥ ଓ ନାମ ସଂକ୍ରାନ୍ତୀୟ ହୋଇଥିବାରୁ ତୁମେ ନିଜେ ଏହାର ନିଷ୍ପତ୍ତି କରିବା ଉଚିତ। ମୁଁ ଏପରି ବିଷୟ, ବିଚାର କରିବି ନାହିଁ।”


ପାଉଲ ଠିଆ ହୋଇ ଲୋକମାନଙ୍କୁ ସ୍ଥିର ହେବା ପାଇଁ ହାତରେ ସଙ୍କେତ ଦେଇ କହିଲେ: “ଉପସ୍ଥିତ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଅଣଇହୁଦୀମାନେ, ମୋ’ କଥା ଶୁଣନ୍ତୁ!


ସେ ହାତରେ ସଙ୍କେତ ଦେଇ ନୀରବ ରହିବାକୁ କହିଲେ ଓ ପ୍ରଭୁ ତାଙ୍କୁ କିପରି କାରାଗାରରୁ ବାହାର କରି ଆଣିଲେ, ସେ ବିଷୟ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଏସବୁ କଥା ଯାକୁବ ଓ ଅନ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇ ସେ ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ।


“ଗୋଟିଏ ସହରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କିମ୍ବା ମନୁଷ୍ୟକୁ ମାନୁ ନ ଥିଲେ।


ଯୀଶୁ ତାକୁ ଉତ୍ତର ଦେଇ କହିଲେ, “ବନ୍ଧୁ! ତୁମ ଦୁହିଁଙ୍କ ମଧ୍ୟରେ ବିଚାର କରିବାକୁ ଅବା ସମ୍ପତ୍ତି ବଣ୍ଟନ କରିବାକୁ ମୋତେ କିଏ ନିଯୁକ୍ତ କଲା?”


“ଯେତେବେଳେ ବିଚାର କରିବା ପାଇଁ ସେମାନେ ତୁମକୁ ସମାଜ ଗୃହ କିମ୍ବା କର୍ତ୍ତୃପକ୍ଷ ଅବା ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣନ୍ତି, ତୁମ୍ଭେମାନେ କିପରି ନିଜ ପକ୍ଷ ସମର୍ଥନ କରିବ ଅବା ତୁମେ କ’ଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ।


Swiv nou:

Piblisite


Piblisite