Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:1 - ପବିତ୍ର ବାଇବଲ (CL) NT (BSI)

1 ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।

Gade chapit la Kopi

ଓଡିଆ ବାଇବେଲ

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକୀଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।

Gade chapit la Kopi

ପବିତ୍ର ବାଇବଲ

1 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।

Gade chapit la Kopi




ପ୍ରେରିତ 24:1
15 Referans Kwoze  

ଆପଣ ନିଜେ ଅନୁସନ୍ଧାନ କରି ଜାଣିପାରିବେ ଯେ, ପ୍ରାୟ ବାର ଦିନ ତଳେ ମୁଁ ଯିରୂଶାଲମକୁ ଉପାସନା କରିବାକୁ ଯାଇଥିଲି।


ଏହି କଥା ଶୁଣି ମହାଯାଜକ ଆନାନୀୟ ପାଉଲଙ୍କ ମୁହଁରେ ଚାପୁଡ଼ା ମାରିବା ପାଇଁ ପାଉଲଙ୍କ ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ଆଦେଶ ଦେଲେ।


ସେଠାରେ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନେ ପୁନର୍ବାର ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।


ସେ କହିଲେ, “ତୁମର ଅଭିଯୋଗକାରୀମାନେ ପହଞ୍ଚିବା ପରେ ମୁଁ ତୁମ କଥା ଶୁଣିବି।” ତା’ପରେ ପାଉଲଙ୍କୁ ହେରୋଦଙ୍କ ରାଜପ୍ରାସାଦରେ ବନ୍ଦୀ କରି ରଖିବା ପାଇଁ ଆଦେଶ ଦେଲେ।


ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”


ପାଉଲଙ୍କ ଯାତ୍ରା ନିମନ୍ତେ କେତେକ ଅଶ୍ୱ ଦିଅ ଓ ନିରାପଦରେ ତାଙ୍କୁ ରାଜ୍ୟପାଳ ଫେଲିକ୍ସ୍ଙ୍କ ନିକଟକୁ ନେଇଯାଅ।”


ଶୁଚିକରଣ କାର୍ଯ୍ୟର ସାତ ଦିନ ସମାପ୍ତ ହେବା ସମୟରେ ଏସିଆ ପ୍ରଦେଶର କେତେକ ଇହୁଦୀ ମନ୍ଦିରରେ ପାଉଲଙ୍କୁ ଦେଖିଲେ। ସେମାନେ ସେଠାରେ ସମବେତ ହୋଇଥିବା ଜନତାକୁ ମତାଇ ପାଉଲଙ୍କୁ ଧରିଲେ।


ମୋର ଶିକ୍ଷା ଓ ବାର୍ତ୍ତା, ମନୁଷ୍ୟ ଜ୍ଞାନର ବାକ୍ଚାତୁରୀ ଦ୍ୱାରା ପ୍ରଦତ୍ତ ହୋଇ ନ ଥିଲା। ତାହା ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିର ନିଶ୍ଚିତ ପ୍ରମାଣ ଦ୍ୱାରା ପ୍ରଚାରିତ ହୋଇଥିଲା।


ଭାଇମାନେ, ମୁଁ ତୁମ ନିକଟକୁ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ନିମନ୍ତେ ଯାଉଥିବା ବେଳେ ବାକ୍ୟାଡ଼ମ୍ବର କିମ୍ବା ପାଣ୍ଡିତ୍ୟ ଦେଖାଇ ନ ଥିଲି।


ମୁଁ ଯେତେବେଳେ ଯିରୂଶାଲମକୁ ଯାଇଥିଲି, ଇହୁଦୀ ପ୍ରଧାନ ଯାଜକ ଓ ଧର୍ମ ନେତାମାନେ ତା’ ବିରୁଦ୍ଧରେ କେତେକ ଅଭିଯୋଗ ଆଣିଲେ ଓ ମୋତେ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ କହିଲେ।


ନିରୂପିତ ଦିନରେ ହେରୋଦ ରାଜକୀୟ ପୋଷାକ ପରିଧାନ କଲେ ଏବଂ ସିଂହାସନରେ ବସି ଲୋକମାନଙ୍କୁ ଏକ ଭାଷଣ ଦେଲେ।


ପାଉଲଙ୍କୁ ନେଇ ସିସେରିଆରେ ପହଞ୍ଚିଲେ। ସେଠାରେ ସୈନ୍ୟାଧ୍ୟକ୍ଷଙ୍କ ପତ୍ର ସହ ପାଉଲଙ୍କୁ ରାଜ୍ୟପାଳଙ୍କ ଜିମା କରିଦେଲେ।


ତା’ପରେ ପାଉଲଙ୍କୁ ସେଠାରେ ଉପସ୍ଥିତ କରାଗଲା ଏବଂ ତର୍ତ୍ତୁଲସ୍ ନିମ୍ନୋକ୍ତଭାବେ ତାଙ୍କର ଅଭିଯୋଗଗୁଡ଼ିକ ଦର୍ଶାଇଲେ: “ମହାଭାଗ, ଆପଣଙ୍କ ବିଜ୍ଞ ନେତୃତ୍ୱ ଦ୍ୱାରା ଆମେ ଦୀର୍ଘ ଦିନ ଧରି ଶାନ୍ତିରେ ବାସ କରୁଅଛୁ ଓ ଆମ ଦେଶର ମଙ୍ଗଳ ନିମନ୍ତେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି।


Swiv nou:

Piblisite


Piblisite