Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:9 - ପବିତ୍ର ବାଇବଲ (CL) NT (BSI)

9 ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀ-ମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ବାଗ୍ଯୁଦ୍ଧ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ଵା କୌଣସି ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”

Gade chapit la Kopi




ପ୍ରେରିତ 23:9
23 Referans Kwoze  

ମୁଁ ଭୂଇଁରେ ମୁହଁ ମାଡ଼ି ପଡ଼ିଗଲି ଓ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତିତ କରୁଛ?’


ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, “ଏହା ମେଘ ଗର୍ଜନ।” ପୁଣି ଅନ୍ୟମାନେ କହିଲେ, “ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି।”


ସେମାନେ ପ୍ରସ୍ଥାନ କଲାବେଳେ ପରସ୍ପରକୁ କହିଲେ, “ଏହି ଲୋକ ଏଭଳି କୌଣସି କାର୍ଯ୍ୟ କରିନାହିଁ, ଯାହା ପାଇଁ ସେ ମୃତ୍ୟୁଦଣ୍ଡ ପାଇବ ବା ବନ୍ଦୀ ହେବ।”


କିନ୍ତୁ ସେ ମୃତ୍ୟୁଦଣ୍ଡ ପାଇବା ଭଳି କରିଥିବା କୌଣସି ଅପରାଧ ମୁଁ ଦେଖି ନାହିଁ। ସେ ନିଜେ ସମ୍ରାଟଙ୍କୁ ଆବେଦନ କରିଥିବାରୁ, ମୁଁ ତାହାଙ୍କୁ ସେଠାକୁ ପଠାଇବା ପାଇଁ ସ୍ଥିର କରିଛି।


କିନ୍ତୁ ସେ ମୃତ୍ୟୁଦଣ୍ଡ ବା କାରାଦଣ୍ଡ ଭୋଗ କରିବା ଭଳି କୌଣସି କାର୍ଯ୍ୟ କରି ନାହିଁ ବୋଲି ମୁଁ ଜାଣିପାରିଲି। ତାହା ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକ ସେମାନଙ୍କର ଧର୍ମ ସଂକ୍ରାନ୍ତୀୟ।


ଏହା ଦେଖି ଫାରୁଶୀ ଦଳର କେତେକ ଶାସ୍ତ୍ରୀ ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ଏପରି ଲୋକମାନଙ୍କ ସହିତ ସେ କାହିଁକି ଭୋଜନ କରୁଛନ୍ତି?”


ଆମେ କ’ଣ ପ୍ରଭୁଙ୍କ ମନରେ ଈର୍ଷା ଜନ୍ମାଇବା? ଆମେ କ’ଣ ଈଶ୍ୱରଙ୍କଠାରୁ ଅଧିଖ ଶକ୍ତିଶାଳୀ?


ମୁଁ ଯେଉଁ ଈଶ୍ୱରଙ୍କୁ ଉପାସନା କରେ, ଗତ ରାତ୍ରିରେ ତାଙ୍କର ଜଣେ ସ୍ୱର୍ଗଦୂତ ମୋ’ ସମ୍ମୁଖରେ ମୋ’ ପାଖକୁ ଆସି କହିଲେ,


(କାରଣ ସାଦ୍ଦୁକୀମାନଙ୍କ ମତରେ ମୃତମାନଙ୍କ ପୁନରୁତ୍ଥାନ ନାହିଁ, ସ୍ୱର୍ଗଦୂତ ବା ଆତ୍ମାମାନଙ୍କର ଅସ୍ତିତ୍ୱ ନାହିଁ; କିନ୍ତୁ ଫାରୁଶୀମାନେ ଏହି ତିନୋଟି ବିଷୟରେ ବିଶ୍ୱାସ କରନ୍ତି।)


ଏହା ସୁସ୍ପଷ୍ଟ ଯେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ଆମକୁ ଯେଉଁ ଦାନ ଦେଇଥିଲେ, ଅଣଇହୁଦୀମାନଙ୍କୁ ମଧ୍ୟ ସେହି ଦାନ ଦେଇଛନ୍ତି; ମୁଁ ବା କିଏ ଯେ ଈଶ୍ୱରଙ୍କ ଏହି କାର୍ଯ୍ୟକୁ ପ୍ରତିରୋଧ କରିବି!”


ସେ ତଳେ ପଡ଼ିଗଲେ ଏବଂ ବାଣୀ ଶୁଣିଲେ, “ଶାଉଲ! ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତନା କରୁଛ?”


କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତେବେ ସେମାନଙ୍କୁ ଦମନ କରିବା ଆପଣମାନଙ୍କ ସାଧ୍ୟ ନୁହେଁ। ହୁଏତ ଦେଖାଯିବ ଯେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି।” ମହାସଭା ଗମଲିଏଲଙ୍କର ପରାମର୍ଶ ଗ୍ରହଣ କଲେ।


ପିଲାତ ତୃତୀୟ ଥର ସେମାନଙ୍କୁ କହିଲେ, “କିନ୍ତୁ ସେ କି ଦୋଷ କରିଛି? ସେ ମୃତ୍ୟୁ ଭୋଗିବା ଭଳି କୌଣସି କାର୍ଯ୍ୟ କରିଥିବା ମୁଁ ଦେଖି ନାହିଁ। ମୁଁ ତାକୁ କୋରଡ଼ା ପ୍ରହାର କରି ଛାଡ଼ି ଦେବି।”


ତା’ପରେ ପିଲାତ ମୁଖ୍ୟ ଯାଜକ ଓ ଜନତାଙ୍କୁ କହିଲେ, “ଏ ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ।”


କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”


“ମୁଁ ଯାତ୍ରା କରି ଯେତେବେଳେ ଦାମାସ୍କସ୍ର ନିକଟବର୍ତ୍ତୀ ହେଉଥିଲି, ପ୍ରାୟ ମଧ୍ୟାହ୍ନ ସମୟରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକ ହଠାତ୍ ମୋର ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।


Swiv nou:

Piblisite


Piblisite