Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ କଥା ଶୁଣି, ଦୁର୍ଗ ଭିତରକୁ ଯାଇ ପାଉଲଙ୍କୁ ଏହା ଜଣାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ।

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ।

Gade chapit la Kopi

ପବିତ୍ର ବାଇବଲ

16 ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ।

Gade chapit la Kopi




ପ୍ରେରିତ 23:16
12 Referans Kwoze  

ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।


କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”


ତହିଁ ଆରଦିନ ପଦାତିକ ସୈନ୍ୟମାନେ ଦୁର୍ଗକୁ ଫେରିଗଲେ ଓ ଅଶ୍ୱାରୋହୀ ସୈନ୍ୟମାନେ


ଲୋକଗହଳି ମଧ୍ୟରୁ କିଏ କେତେ ପ୍ରକାର କଥା କହି ଚିକ୍ରାର କଲେ। ଏପରି ବିଶୃଙ୍ଖଳା ହେଲା ଯେ, ସୈନ୍ୟାଧ୍ୟକ୍ଷ ପ୍ରକୃତ ଘଟଣା କଅଣ, କିଛି ବୁଝିପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ଦୁର୍ଗ ଭିତରକୁ ନେଇ ଯିବା ପାଇଁ ସୈନିକମାନଙ୍କୁ ଆଦେଶ ଦେଲେ।


ସୈନ୍ୟମାନେ ପାଉଲଙ୍କୁ ଦୁର୍ଗ ଭିତରକୁ ନେବା ସମୟରେ ସେ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ: “ମୁଁ ଆପଣଙ୍କୁ କିଛଇ କହିପାରେ କି?” ସୈନ୍ୟାଧ୍ୟକ୍ଷ ପଚାରିଲେ, “ତୁମେ ତ ଗ୍ରୀକ୍ କହୁଛ।


ପାଉଲ ରୋମୀୟ କର୍ମଚାରୀମାନଙ୍କ ମଧ୍ୟରୁ ଜଣକୁ ଡକାଇ କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ ଯାଆନ୍ତୁ, ତାଙ୍କୁ ତାହାର କିଛି କହିବାର ଅଛି।”


ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।


Swiv nou:

Piblisite


Piblisite