Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:12 - ପବିତ୍ର ବାଇବଲ (CL) NT (BSI)

12 ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଦିନ ହୁଅନ୍ତେ, ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ଆପଣା ଆପଣାକୁ ଆବଦ୍ଧ କଲେ।

Gade chapit la Kopi

ଓଡିଆ ବାଇବେଲ

12 ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ।

Gade chapit la Kopi

ପବିତ୍ର ବାଇବଲ

12 ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।

Gade chapit la Kopi




ପ୍ରେରିତ 23:12
33 Referans Kwoze  

ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”


କିନ୍ତୁ ସେମାନଙ୍କ କଥା ଶୁଣନ୍ତୁ ନାହିଁ; କାରଣ ଚାଳିଶ ଜଣରୁ ଅଧିକ ଲୋକ ତାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଭୋଜନ ପାନ କରିବେ ନାହିଁ ବୋଲି ଶପଥ ନେଇ ଛକି ରହିଛନ୍ତି। ବର୍ତ୍ତମାନ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ପ୍ରସ୍ତୁତ ରହିଛନ୍ତି।”


ସେମାନେ ଯାଇ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନଙ୍କୁ କହିଲେ, “ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ଭୋଜନ ନ କରିବା ପାଇଁ ଆମ୍ଭେମାନେ ଏକ ଦୃଢ଼ ଶପଥ ନେଇଛୁ।


ପାଉଲଙ୍କୁ ଯିରୂଶାଲମକୁ ଆଣି ସେମାନଙ୍କୁ ଅନୁଗୃହୀତ କରିବା ପାଇଁ ସେମାନେ ଫେଷ୍ଟସ୍ଙ୍କୁ ନିବେଦନ କଲେ, କାରଣ ସେମାନେ ପାଉଲଙ୍କୁ ବାଟରେ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।


ଯୀଶୁଙ୍କୁ ଗୋପନରେ ଧରି ମାରିଦେବା ପାଇଁ ମନ୍ତ୍ରଣା କଲେ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ଯେ ପ୍ରଭୁଙ୍କୁ ପ୍ରେମ ନ କରେ, ସେ ଅଭିଶପ୍ତ ହେଉ। ‘ମାରାନା ଥା’ ଅର୍ଥାତ୍ ଆମର ପ୍ରଭୁ ଆସନ୍ତୁ।


ଲୋକମାନେ ଉତ୍ତର ଦେଲେ, “ତା’ର ମୃତ୍ୟୁ ପାଇଁ ଦଣ୍ଡ ଭୋଗିବାର ଥିଲେ, ଆମକୁ ଓ ଆମ ପିଲାମାନଙ୍କୁ ସେହି ଦଣ୍ଡଭୋଗ କରିବାକୁ ପଡ଼ୁ।”


ପିତର କହିଲେ, “ଶପଥ କରି କହୁଛି, ମୋ’ କଥା ସତ୍ୟ। ନ ହେଲେ ଈଶ୍ୱର ମୋତେ ଦଣ୍ଡ ଦିଅନ୍ତୁ। ସେ ଲୋକକୁ ମୁଁ ଜାଣେ ନାହିଁ।”


ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ଶାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ, କିନ୍ତୁ ଶାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ।


ତାଙ୍କୁ ହତ୍ୟା କରିବା ପାଇଁ ଦିନ।ତି ସେମାନେ ନଗର ଦ୍ୱାର ସବୁ ଜଗି ରହିଲେ।


ଚାଳିଶ ଜଣରୁ ଅଧିକ ଲୋକ ଏହି ଚକ୍ରାନ୍ତ କଲେ।


ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।


ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।


Swiv nou:

Piblisite


Piblisite