Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:10 - ପବିତ୍ର ବାଇବଲ (CL) NT (BSI)

10 ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏହିପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ଵାରା ଖଣ୍ତବିଖଣ୍ତ ହୁଅନ୍ତି, ଏହି ଭୟରେ ସହସ୍ରସେନାପତି ସେମାନଙ୍କ ମଧ୍ୟରୁ ତାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ଘେନି ଆସିବା ନିମନ୍ତେ ସୈନ୍ୟମାନଙ୍କୁ ଯିବାକୁ ଆଜ୍ଞା ଦେଲେ।

Gade chapit la Kopi

ଓଡିଆ ବାଇବେଲ

10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ।

Gade chapit la Kopi

ପବିତ୍ର ବାଇବଲ

10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।

Gade chapit la Kopi




ପ୍ରେରିତ 23:10
16 Referans Kwoze  

କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।


ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।


ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ପାଇଁ ରୋମୀୟ ସେନାପତି ସୈନ୍ୟମାନଙ୍କୁ ଆଦେଶ ଦେଲେ ଓ ଇହୁଦୀମାନେ କାହିଁକି ତାଙ୍କ ବିରୁଦ୍ଧରେ ଏପରି ଚିକ୍ରାର କରୁଛନ୍ତି, ତାହା ଜାଣିବା ପାଇଁ ତାଙ୍କୁ ଚାବୁକ୍ ପ୍ରହାର କରିବାକୁ ଆଦେଶ ଦେଲେ।


ତହିଁ ଆରଦିନ ପଦାତିକ ସୈନ୍ୟମାନେ ଦୁର୍ଗକୁ ଫେରିଗଲେ ଓ ଅଶ୍ୱାରୋହୀ ସୈନ୍ୟମାନେ


ଇହୁଦୀମାନେ ଏହି ଲୋକଟିକୁ ଧରି ତାକୁ ହତ୍ୟା କରିବାକୁ ଉଦ୍ୟତ ଥିଲେ। ସେ ଜଣେ ରୋମୀୟ ନାଗରିକ ବୋଲି ଅବଗତ ହେବାରୁ ମୁଁ ମୋର ସୈନ୍ୟମାନଙ୍କ ଦ୍ୱାରା ତାକୁ ରକ୍ଷା କଲି।


କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ କଥା ଶୁଣି, ଦୁର୍ଗ ଭିତରକୁ ଯାଇ ପାଉଲଙ୍କୁ ଏହା ଜଣାଇଲା।


ସୈନ୍ୟମାନେ ପାଉଲଙ୍କୁ ଦୁର୍ଗ ଭିତରକୁ ନେବା ସମୟରେ ସେ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ: “ମୁଁ ଆପଣଙ୍କୁ କିଛଇ କହିପାରେ କି?” ସୈନ୍ୟାଧ୍ୟକ୍ଷ ପଚାରିଲେ, “ତୁମେ ତ ଗ୍ରୀକ୍ କହୁଛ।


ସେମାନଙ୍କ ବିରୁଦ୍ଧରେ ସେ କି ଦୋଷ କରିଥିଲା, ଜାଣିବା ପାଇଁ ମୁଁ ତାକୁ ସେମାନଙ୍କ ମହାସଭାକୁ ନେଇଗଲି।


ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।


Swiv nou:

Piblisite


Piblisite