Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:8 - ପବିତ୍ର ବାଇବଲ (CL) NT (BSI)

8 ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ? ସେ ମୋତେ କହିଲେ, ‘ତୁମେ ଯାହାଙ୍କୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ନାଜରିତର ଯୀଶୁ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ଉତ୍ତର ଦେଲି, ପ୍ରଭୋ, ଆପଣ କିଏ? ତେଣୁ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ ? ସେଥିରେ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।”

Gade chapit la Kopi

ପବିତ୍ର ବାଇବଲ

8 “ମୁଁ ପଗ୍ଭରିଲି, ‘ଆପଣ କିଏ, ପ୍ରଭୁ?’ ସେ ମୋତେ କହିଲେ, ‘ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।’

Gade chapit la Kopi




ପ୍ରେରିତ 22:8
16 Referans Kwoze  

“ନାଜରିତୀୟ ଯୀଶୁଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ ବୋଲି ଭାବିଥିଲି।


ନାଜରିତର ଯୀଶୁ ମନ୍ଦିରକୁ ଭାଙ୍ଗି ପକାଇବେ ଓ ମୋଶାଙ୍କଠାରୁ ଆମ୍ଭେମାନେ ପାଇଥିବା ସମସ୍ତ ବିଧିବିଧାନ ପରିବର୍ତ୍ତନ କରିବେ ବୋଲି ଏହି ଲୋକ କହୁଥିବାର ଆମ୍ଭେମାନେ ଶୁଣିଛୁ!”


ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


କିନ୍ତୁ ପିତର ତାକୁ କହିଲେ, “ମୋ’ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି, ମୁଁ ତୋତେ ଦେଉଛି: ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ!”


“ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣକୁ ସାହାଯ୍ୟ କରିବାକୁ ମନା କରିବାବେଳେ, ତୁମେ ମୋତେ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇଛ।’


ପୁନର୍ବାର ଅନ୍ୟ ପ୍ରକାର ସ୍ୱପ୍ନାଦେଶ ପାଇ ସେ ଗାଲିଲୀ ପ୍ରଦେଶର ନାଜରିତ ସହରରେ ଘର କରି ରହିଲେ। ଏଥିମଧ୍ୟରେ ଭାବବାଦୀଙ୍କର ନିମ୍ନଲିଖିତ ଗୋଟିଏ ଉକ୍ତି ସଫଳ ହେଲା। “ସେ ନାଜରିତୀୟ ବୋଲି ପରିଚିତ ହେବେ।”


ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।


ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’


କିନ୍ତୁ ପିତର କହିଲେ, “ନା ପ୍ରଭୁ, ମୁଁ ପାରିବି ନାହିଁ! ମୁଁ କେବେ କୌଣସି ଅଶୁଚି ବା ଅପବିତ୍ର ବସ୍ତୁ ଭୋଜନ କରି ନାହିଁ।”


ମୁଁ ଭୂଇଁରେ ମୁହଁ ମାଡ଼ି ପଡ଼ିଗଲି ଓ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତିତ କରୁଛ?’


Swiv nou:

Piblisite


Piblisite