Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:6 - ପବିତ୍ର ବାଇବଲ (CL) NT (BSI)

6 “ମୁଁ ଯାତ୍ରା କରି ଯେତେବେଳେ ଦାମାସ୍କସ୍ର ନିକଟବର୍ତ୍ତୀ ହେଉଥିଲି, ପ୍ରାୟ ମଧ୍ୟାହ୍ନ ସମୟରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକ ହଠାତ୍ ମୋର ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ମୁଁ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ପ୍ରାୟ ମଧ୍ୟାହ୍ନ ସମୟରେ ଅକସ୍ମାତ୍ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକିଉଠିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍‍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା।

Gade chapit la Kopi

ପବିତ୍ର ବାଇବଲ

6 “ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା। ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଗ୍ଭରିପାଖରେ ପ୍ରକାଶିତ ହେଲା।

Gade chapit la Kopi




ପ୍ରେରିତ 22:6
11 Referans Kwoze  

ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।


ଶିଷ୍ୟମାନେ ଦେଖୁ ଦେଖୁ ଯୀଶୁଙ୍କର ଗୋଟିଏ ଅପୂର୍ବ ପରିବର୍ତ୍ତନ ହେଲା। ତାଙ୍କ ମୁଖ ସୂର୍ଯ୍ୟପରି ଉଜ୍ଜ୍ୱଳ ହେଲା ଏବଂ ତାଙ୍କ ପୋଷାକ ଆଲୋକ ପରି ଶୁଭ୍ର ଦେଖାଗଲା।


ମୁଁ ଭୂଇଁରେ ମୁହଁ ମାଡ଼ି ପଡ଼ିଗଲି ଓ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତିତ କରୁଛ?’


ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”


ସର୍ବଶେଷରେ ସେ ମୋ’ ପରି ଜଣେ ଅକାଳଜାତକୁ ମଧ୍ୟ ଦର୍ଶନ ଦେଇଛନ୍ତି।


Swiv nou:

Piblisite


Piblisite