Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:3 - ପବିତ୍ର ବାଇବଲ (CL) NT (BSI)

3 “ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ମୁଁ ଏହି ନଗରରେ ଲାଳିତପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ଆପଣମାନେ ସମସ୍ତେ ଆଜି ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ଵରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି;

Gade chapit la Kopi

ଓଡିଆ ବାଇବେଲ

3 ସେଥିରେ ସେ କହିଲେ, ମୁଁ ଜଣେ ଯିହୂଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ମୋଶାଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‍ଯୋଗୀ ଅଟନ୍ତି, ଈଶ୍ୱରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;

Gade chapit la Kopi

ପବିତ୍ର ବାଇବଲ

3 “ମୁଁ ଜଣେ ଯିହୂଦୀୟ ଲୋକ। ମୋର ଜନ୍ମ କିଲିକିଆ ଦେଶର ତାର୍ଷ ନଗରରେ। କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭେମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।

Gade chapit la Kopi




ପ୍ରେରିତ 22:3
27 Referans Kwoze  

ମୁଁ ଯେ ପ୍ରଥମରୁ ଫାରୁଶୀ ନାମକ ଆମ ଧର୍ମର ସବୁଠାରୁ ନୈଷ୍ଠିକ ଦଳର ସଦସ୍ୟ ଥିଲି, ସେମାନେ ଏହା ଜାଣନ୍ତି ଏବଂ ଇଚ୍ଛା କଲେ, ସେମାନେ ଏ ବିଷୟରେ ସାକ୍ଷ୍ୟ ଦେଇପାରିବେ।


ପ୍ରଭୁ କହିଲେ, “ପ୍ରସ୍ତୁତ ହୁଅ। ‘ସଳଖ’ ନାମକ ରାସ୍ତା ଧରି ଯିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ଶାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି।


କିନ୍ତୁ ସେମାନଙ୍କ ମଧ୍ୟରୁ ଗମଲିଏଲ ନାମକ ଜଣେ ମାନ୍ୟାସ୍ପଦ ଫାରୂଶୀ ଧର୍ମଗୁରୁ ମହାସଭାରେ ଛିଡ଼ା ହୋଇ ପ୍ରେରିତ ଶିଷ୍ୟମାନଙ୍କୁ ବାହାରକୁ ନେଇ ଯିବା ପାଇଁ ନିର୍ଦ୍ଦେଶ ଦେଲେ


ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।


ତାଙ୍କ କଥା ଶୁଣିବା ପରେ ସେମାନେ ସମସ୍ତେ ଈଶ୍ୱରଙ୍କ ପ୍ରଂଶସା କଲେ। ତା’ପରେ ସେମାନେ କହିଲେ, “ଭାଇ ପାଉଲ, ଆପଣ ଦେଖୁଛନ୍ତି, କିପରି ଏବେ ହଜାର ହଜାର ସଂଖ୍ୟାରେ ଇହୁଦୀମାନେ ପ୍ରଭୁଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି ଏବଂ ସେମାନେ ବ୍ୟବସ୍ଥା ପ୍ରତି ମଧ୍ୟ ବିଶ୍ୱସ୍ତ ରହିଛନ୍ତି।


ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।


ତାଙ୍କ ଭଉଣୀ ମରିୟମ ପ୍ରଭୁଙ୍କ ପାଦ ତଳେ ବସି ତାଙ୍କର ଶିକ୍ଷା ଶୁଣିଲେ।


ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।


ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।


ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।


ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି


ସେ ମଣ୍ଡଳୀଗୁଡ଼ିକୁ ବଳିଷ୍ଠ କରି ସିରିଆ ଓ ସିଲିଷୀଆ ମଧ୍ୟ ଦେଇ ଯାତ୍ରା କଲେ।


ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।


ତା’ପରେ ବର୍ଣ୍ଣବା ଶାଉଲଙ୍କୁ ଅନ୍ୱେଷଣ କରିବା ପାଇଁ ତାର୍ଷସକୁ ଗଲେ।


ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।


କଅଣ ଘଟିଛି, ଦେଖିବା ପାଇଁ ଲୋକମାନେ ବାହାରି ଆସିଲେ ଏବଂ ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ଦେଖିଲେ ଯେ ଯାହାଠାରୁ ଭୂତ ଛଡ଼ା ଯାଇଥିଲା, ସେ ଲୁଗା ପିନ୍ଧି ଶାନ୍ତ ହୋଇ ଯୀଶୁଙ୍କ ପାଦ ତଳେ ବସିଛି। ଏହା ଦେଖି ସେମାନେ ସମସ୍ତେ ଭୀତ ହେଲେ।


ତୃତୀୟ ଦିନରେ ସେମାନେ ଦେଖିଲେ ଯେ ଯୀଶୁ ମନ୍ଦିରରେ ଇହୁଦୀ ଧର୍ମଗୁରୁମାନଙ୍କ ସହିତ ବସି ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି।


ଏହି ସମୟରେ ଶାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ।


“ନାଜରିତୀୟ ଯୀଶୁଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ ବୋଲି ଭାବିଥିଲି।


Swiv nou:

Piblisite


Piblisite