Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:12 - ପବିତ୍ର ବାଇବଲ (CL) NT (BSI)

12 “ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେହି ସ୍ଥାନନିବାସୀ ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନିୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ ପ୍ରେରିତ. ୯:୧୭

Gade chapit la Kopi

ଓଡିଆ ବାଇବେଲ

12 ସେହି ସ୍ଥାନରେ ଥିବା ସମସ୍ତ ଯିହୂଦୀଙ୍କ ନିକଟରେ ସୁକ୍ଷାତିସମ୍ପନ୍ନ ହନନୀୟ ନାମକ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,

Gade chapit la Kopi

ପବିତ୍ର ବାଇବଲ

12 “ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।

Gade chapit la Kopi




ପ୍ରେରିତ 22:12
10 Referans Kwoze  

ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା।


ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।


ପୁରାକାଳର ଲୋକମାନେ ସେମାନଙ୍କ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତୋଷଭାଜନ ହୋଇଥିଲେ।


ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।


ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ।


ସେମାନଙ୍କ ମଧ୍ୟରୁ କେତେକ ଏହା ହୃଦୟଙ୍ଗମ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ସେହିପରି ଅନେକ ଗଣ୍ୟମାନ୍ୟ ମହିଳା ଓ ଈଶ୍ୱରଙ୍କ ଉପାସନାକାରୀ ଗ୍ରୀକ୍ମାନଙ୍କର ଏକ ବଡ଼ ଦଳ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ।


କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।


ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।


Swiv nou:

Piblisite


Piblisite