Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:1 - ପବିତ୍ର ବାଇବଲ (CL) NT (BSI)

1 “ଭ୍ରାତୃ ଓ ପିତୃବୃନ୍ଦ, ଆପଣମାନଙ୍କ ସମ୍ମୁଖରେ ନିଜ ପକ୍ଷରୁ ମୁଁ ଯାହା କହୁଅଛି, ତାହା ଶୁଣନ୍ତୁ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଭ୍ରାତୃ ଓ ପିତୃବୃନ୍ଦ, ମୁଁ ବର୍ତ୍ତମାନ ଆପଣ-ମାନଙ୍କ ନିକଟରେ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶ୍ରବଣ କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ।

Gade chapit la Kopi

ପବିତ୍ର ବାଇବଲ

1 ପାଉଲ କହିଲେ, “ଭାଇମାନେ ଓ ପିତାମାନେ, ଯେହେତୁ ମୁଁ ମୋର ନିଜ ସପକ୍ଷରେ କଥା କହୁଛି, ତେଣୁ ଆପଣମାନେ ମୋ’ କଥା ଶୁଣନ୍ତୁ।”

Gade chapit la Kopi




ପ୍ରେରିତ 22:1
21 Referans Kwoze  

ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,


ପ୍ରଥମ ଥର ଯେତେବେଳେ ମୋତେ ନିଜ ପକ୍ଷ ସମର୍ଥନ କରିବାକୁ ପଡ଼ିଥିଲା, କେହି ମୋ’ ନିକଟରେ ରହିଲେ ନାହିଁ, ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ଈଶ୍ୱର ସେମାନଙ୍କର ଏହି ଦୋଷ ନ ଧରନ୍ତିୁ।


ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।


ଅନ୍ୟମାନେ ବିଶ୍ୱସ୍ତଭାବେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାର ନ କରି ସ୍ୱାର୍ଥପର ଉଦ୍ଦେଶ୍ୟ ନେଇ ତା’ କରିଛନ୍ତି। ମୁଁ ବନ୍ଦୀଶାଳାରେ ପଡ଼ିଥିବାବେଳେ ମୋ’ ମନରେ ଅଧିକ କଷ୍ଟ ଦେବାକୁ ସେମାନେ ତାହା କରୁଛନ୍ତି।


ତୁମ୍ଭେମାନେ ସବୁବେଳେ ମୋ’ ଅନ୍ତରରେ ଅଛ; ତେଣୁ ତୁମ୍ଭମାନଙ୍କ ବିଷୟରେ ଏହିପରି ଅନୁଭବ କରିବା ମୋ’ ପକ୍ଷରେ ଯଥାର୍ଥ। ମୁଁ ସ୍ୱାଧୀନ ଥିବା ସମୟରେ ଓ ବର୍ତ୍ତମାନ ଏହି ବନ୍ଦୀ ଅବସ୍ଥାରେ ସୁସମାଚାରର ପ୍ରତିଷ୍ଠା ଓ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଈଶ୍ୱର ମୋତେ ଯେଉଁ ସୁଯୋଗ ଦେଇଛନ୍ତି, ତୁମ୍ଭେମାନେ ସମସ୍ତେ ଏହାର ଅଂଶୀ ହୋଇଅଛ।


ବୋଧହୁଏ ତୁମ୍ଭେମାନେ ଭାବୁଛ, ଏ ପର୍ଯ୍ୟନ୍ତ ଆମେ କେବଳ ନିଜର ସଫେଇ ଦେଇ ଆସିଛୁ ନା! ଈଶ୍ୱରଙ୍କ ଉପସ୍ଥିତିରେ ଖ୍ରୀଷ୍ଟ ଆମକୁ କହିଲା ଭଳି ଆମେ ତୁମ୍ନଭମାନଙ୍କୁ କହୁଛୁ।


ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।


ସମାଲୋଚକମାନଙ୍କୁ ମୁଁ ଏହିପରି ଉତ୍ତର ଦେଇଥାଏ।


ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍‍ଚିନ୍ତାବେଳେ ଦୋଷୀ କରେ।


ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।


ଏହି ପ୍ରକାରେ ପାଉଲ ନିଜତ ପକ୍ଷ ସମର୍ଥନ କରି କହୁଥିବାବେଳେ ଫେଷ୍ଟସ୍ ଚିକ୍ରାର କରି କହିଲେ, “ପାଉଲ, ତୁମେ ପାଗଳ! ତୁମର ଉଚ୍ଚ ଶିକ୍ଷା ତୁମକୁ ପାଗଳ କରି ଦେଇଛି!”


କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ, ଜଣେ ଦୋଷୀକୁ ବିଚାରାଳୟରେ ତା’ର ଅଭିଯୋଗକାରୀମାନଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ପାଇଁ ସୁଯୋଗ ଦେବା ପୂର୍ବରୁ ତାକୁ ଦୋଷୀ ସାବ୍ୟସ୍ତ କରିବା ଆମ ରୋମୀୟମାନଙ୍କର ଦେଶାଚାର ନୁହେଁ।


ବରଂ ପାଉଲ ଆତ୍ମସମର୍ଥନ କରି କହିଲେ, “ଇହୁଦୀମାନଙ୍କର ବ୍ୟବସ୍ଥା କିମ୍ବା ମନ୍ଦିର କିମ୍ବା ରୋମୀୟ ସମ୍ରାଟ୍, କାହା ବିରୁଦ୍ଧରେ ମୁଁ କୌଣସି ଦୋଷ କରି ନାହିଁ।”


ତା’ପରେ ରାଜ୍ୟପାଳ ପାଉଲଙ୍କୁ କଥା କହିବା ପାଇଁ ଇଙ୍ଗିତ ଦେବାରୁ ପାଉଲ କହିଲେ: “ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏହି ଜାତିର ବିଚାରପତି ହୋଇଛନ୍ତି, ତେଣୁ ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ମୋ’ ପକ୍ଷରେ ସୌଭାଗ୍ୟଜନକ।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”


ଲୋକମାନଙ୍କ ମଧ୍ୟରୁ କେତେକ ମତ ଦେଲେ ଯେ, ଆଲେକ୍ଜାଣ୍ଡର ଏଥିପାଇଁ ଦାୟୀ, କାରଣ ଇହୁଦୀମାନେ ତାଙ୍କୁ ଆଗରେ ଠିଆ କରାଇଥିଲେ। ଆଲେକ୍ଜାଣ୍ଡର ହାତ ଟେକି ଲୋକମାନଙ୍କୁ ନୀରବ ରହିବା ପାଇଁ ସଙ୍କେତ ଦେଲେ ଓ ବିଶ୍ୱାସୀମାନଙ୍କ ସପକ୍ଷରେ ଭାଷଣ ଦେଇ ବୁଝାଇବାକୁ ଚେଷ୍ଟା କଲେ।


“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।


ତୁମ୍ଭେମାନେ କିପରି ସ୍ୱପକ୍ଷ ସମର୍ଥନ କରିବ, ସେଥିଲାଗି ଚିନ୍ତିତ ନ ହେବାକୁ ପୂର୍ବରୁ ମନ ସ୍ଥିର କର;


“ଯେତେବେଳେ ବିଚାର କରିବା ପାଇଁ ସେମାନେ ତୁମକୁ ସମାଜ ଗୃହ କିମ୍ବା କର୍ତ୍ତୃପକ୍ଷ ଅବା ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣନ୍ତି, ତୁମ୍ଭେମାନେ କିପରି ନିଜ ପକ୍ଷ ସମର୍ଥନ କରିବ ଅବା ତୁମେ କ’ଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ।


Swiv nou:

Piblisite


Piblisite