Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:5 - ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ସେମାନଙ୍କ ସହିତ ଏକ ସପ୍ତାହ ଅତିବାହିତ କରିବା ପରେ ଆମେ ସେମାନଙ୍କୁ ଛାଡ଼ି ନିଜ ବାଟରେ ଯାତ୍ରା କଲୁ। ଆମକୁ ବିଦାୟ ଦେବା ପାଇଁ ସେମାନେ ସମସ୍ତେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହିତ ନଗର ବାହାରେ ଥିବା ସମୁଦ୍ରକୂଳ ପର୍ଯ୍ୟନ୍ତ ଆସିଲେ। ସେଠାରେ ଆମେ ସମସ୍ତେ ଆଣ୍ଠୋଇ ପଡ଼ି ପ୍ରାର୍ଥନା କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହି ସାତ ଦିନ ରହିଲା ଉତ୍ତାରେ ଆମ୍ଭେମାନେ ପ୍ରସ୍ଥାନ କରି ଯାତ୍ରା କଲୁ, ପୁଣି ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ନଗରର ବାହାର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଛାଡ଼ିବା ନିମନ୍ତେ ଆସିଲେ,

Gade chapit la Kopi

ଓଡିଆ ବାଇବେଲ

5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,

Gade chapit la Kopi

ପବିତ୍ର ବାଇବଲ

5 ସମୟ ପୁରିଗଲା ପରେ ଆମ୍ଭେ ସେଠାରୁ ବିଦାୟ ନେଲୁ। ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲୁ।

Gade chapit la Kopi




ପ୍ରେରିତ 21:5
15 Referans Kwoze  

ଭାଷଣ ଶେଷ କରିବା ପରେ ପାଉଲ ସେମାନଙ୍କ ସହିତ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ।


ପିତର ସମସ୍ତଙ୍କୁ କୋଠରୀରୁ ବାହାର କରିଦେଲେ ଓ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଦର୍କାସର ମୃତ ଶରୀର ଆଡ଼କୁ ଚାହିଁ କହିଲେ, “ଟବିଥା, ଉଠ!” ଦର୍କାସ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।


ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।


ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।


ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ।


ଜଣେ କୁଷ୍ଠରୋଗୀ ଯୀଶୁଙ୍କ ନିକଟକୁ ଆସିଲା। ନତଜାନୁ ହୋଇ ସେ ବିନତି କରି କହିଲା, “ଆପଣ ଚାହିଁଲେ ମୋତେ ଶୁଚି କରିଦେଇ ପାରିବେ।”


ସ୍ତ୍ରୀ ସ ପିଲାମାନଙ୍କୁ ଛାଡ଼ି ପାଞ୍ଚ ହଜାର ଲୋକ ଏହି ଖାଦ୍ୟ ଖଇଥିଲେ।


ତା’ପରେ ସେ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗଲେ ଏବଂ ଆଣ୍ଠୋଇ ପ୍ରାର୍ଥନା କଲେ।


Swiv nou:

Piblisite


Piblisite