Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:16 - ପବିତ୍ର ବାଇବଲ (CL) NT (BSI)

16 ସିସେରିଆର କେତେ ଜଣ ଶିଷ୍ୟ ଓ ସାଇପ୍ରସ୍ର ମନାସୋନ ନାମକ ଜଣେ ବିଶ୍ୱାସୀ ମଧ୍ୟ ଆମ ସଙ୍ଗରେ ଗଲେ। ମନାସୋନଙ୍କ ଘରେ ଆମ ରହିବାର ବ୍ୟବସ୍ଥା ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି, କାଇସରିଆରୁ କେତେକ ଜଣ ଶିଷ୍ୟ ମଧ୍ୟ ଆମ୍ଭମାନଙ୍କ ସାଙ୍ଗରେ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ଆଦିମ ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ,ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍‍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।

Gade chapit la Kopi

ପବିତ୍ର ବାଇବଲ

16 କାଇସରୀଆରେ ଥିବା ଯୀଶୁଙ୍କ କେତେକ ଶିଷ୍ୟ ଆମ୍ଭ ସହିତ ଆସିଲେ। ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ (ଯିଏ କି ଯୀଶୁଙ୍କ ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ ଜଣେ) ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ। ସେଠାରେ ଆମ୍ଭେ ରାତି କଟାଇବା କଥା ଥିଲା।

Gade chapit la Kopi




ପ୍ରେରିତ 21:16
15 Referans Kwoze  

ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।


କିନ୍ତୁ ତୁମ ପ୍ରତି ମୋର ସ୍ନେହ ଥିବାରୁ କେବଳ ଅନୁରୋଧ କରିବି। ଯଦିଓ ମୁଁ ପାଉଲ, ଯୀଶୁ ଖ୍ରୀଷ୍ଟଙ୍କର ରାଜଦୂତ ଏବଂ ତାଙ୍କ ପାଇଁ ବର୍ତ୍ତମାନ ବନ୍ଦୀ,


ଆନ୍ଦ୍ରୋନିକସ୍ ଓ ୟୁନିୟାଙ୍କୁ ମୋର ଅଭିବାଦନ। ଏ ଦୁଇ ଜଣ ଇହୁଦୀ ମୋ’ ସହିତ ବନ୍ଦୀଶାଳାରେ ଥିଲେ। ମୋ’ ପୂର୍ବରୁ ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଓ ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ସେମାନେ ସୁପରିଚିତ।


ଏ ବିଷୟରେ ଭୀଷଣ ଯୁକ୍ତିତର୍କ ହେଲା ଓ ସେମାନଙ୍କର ବିଚ୍ଛେଦ ହେଲା। ବର୍ଣ୍ଣବା ମାର୍କଙ୍କୁ ନେଇ ସାଇପ୍ରସ୍‌ଙ୍କୁ ଜଳଯାତ୍ରା କଲେ।


ସ୍ତିଫାନଙ୍କ ମୃତ୍ୟୁ ପରେ ବିଶ୍ୱାସୀମାନେ ଉତ୍ପୀଡ଼ିତ ହୋଇ ଛିନ୍ନଭିନ୍ନ ହେଉଥିବା ସମୟରେ ସେମାନଙ୍କ ମଧ୍ୟରୁ କେତେକ କେବଳ ଇହୁଦୀମାନଙ୍କ ନିକଟରେ ପ୍ରଚାର କରି, ଫିନୀସିଆ, ସାଇପ୍ରସ୍ ଓ ଆଣ୍ଟିୟୋଖ ପର୍ଯ୍ୟନ୍ତ ଗଲେ।


ତେଣୁ ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ନେବା ପାଇଁ ଆଦେଶ ଦେଲେ। ତା’ପରେ ସେମାନେ ତାଙ୍କୁ ଆଉ କିଛି ଦିନ ସେମାନଙ୍କ ସହିତ ରହିବାକୁ ଅନୁରୋଧ କଲେ।


ପରଦିନ ସେମାନେ ସିସେରିଆରେ ପହଞ୍ଚିଲେ। ସେଠାରେ କର୍ଣ୍ଣୀଲିୟ ତାଙ୍କର ନିକଟତମ ବନ୍ଧୁ ଓ ଆତ୍ମୀୟମାନଙ୍କ ସହିତ ପିତରଙ୍କ ଅପେକ୍ଷାରେ ଥିଲେ।


କିଛି ସମୟ ପରେ ଫିଲିପ୍ପ ଦେଖିଲେ ଯେ ସେ ଅସଦୋଦରେ ପହଞ୍ଚିଛନ୍ତି। ସେଠାରୁ ସେ କାଇସରୀୟାକୁ ଗଲେ ଓ ବାଟରେ ଥିବା ସହଚରମାନଙ୍କରେ ଶୁଭବାର୍ତ୍ତା ପ୍ରଚାର କଲେ।


ସାଇପ୍ରସ୍ରେ ଜନ୍ମଗ୍ରହଣ କରିଥିବା ଲେବୀବଂଶର ଯୋସେଫ, ଯାହାକୁ ପ୍ରେରିତ ଶିଷ୍ୟମାନେ ବର୍ଣ୍ଣବା ବୋଲି ନାମ ଦେଇଥିଲେ (ବର୍ଣ୍ଣବାର ଅର୍ଥ ସାନ୍ତ୍ୱନାର ପୁତ୍ର),


ଦୀର୍ଘ ଆଲୋଚନା ପରେ ପିତର ଠିଆ ହୋଇ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ ଅନେକ ଦିନ ପୂର୍ବରୁ ଈଶ୍ୱର ଅଣଇହୁଦୀମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରି ସେଥିପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ତୁମ ମଧ୍ୟରୁ ମୋତେ ମନୋନୀତ କରିଥିଲେ।


Swiv nou:

Piblisite


Piblisite