Biblia Todo Logo
Bib sou entènèt

- Piblisite -




ପ୍ରେରିତ 20:4 - ପବିତ୍ର ବାଇବଲ (CL) NT (BSI)

4 ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ ପୁରଙ୍କ ପୁତ୍ର ବେରୟାନିବାସୀ ସୋପାତ୍ର, ଥେସଲନୀକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ, ଓ ତ୍ରଫିମ ତାଙ୍କ ସାଙ୍ଗରେ ଯାତ୍ରା କଲେ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ବେରିୟାନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।

Gade chapit la Kopi

ପବିତ୍ର ବାଇବଲ

4 ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।

Gade chapit la Kopi




ପ୍ରେରିତ 20:4
29 Referans Kwoze  

ଏହି ଗଣ୍ଡଗୋଳ ସମୁଦାୟ ନଗରରେ ବ୍ୟାପିଗଲା। ଉଚ୍ଛୃଙ୍ଖଳ ଜନତା ପାଉଲଙ୍କ ସହଯାତ୍ରୀ ମାସିଦୋନିଆର ଗାୟସ୍ ଓ ଆରିଷ୍ଟାର୍ଖସ୍ଙ୍କୁ ଧରି ସେମାନଙ୍କ ରଙ୍ଗଭୂମିକୁ ଭିଡ଼ି ନେଲେ।


ଇଗଷ୍ଟସ୍ କରିନ୍ଥରେ ରହି ଯାଇଛନ୍ତି। ଟ୍ରୋଫିମସ୍ଙ୍କୁ ତାଙ୍କ ଅସୁସ୍ଥତା ଲାଗି ମୁଁ ମିଲିଟସ୍ରେ ଛାଡ଼ି ଆସିଛି।


ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।


ମୁଁ ଯେତେବେଳେ ତୁମ ନିକଟକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି, ତୁମେ ନିକପଲିକୁ ଆସିବା ପାଇଁ ଯଥାସାଧ୍ୟ ଚେଷ୍ଟା କର - ସେଠାରେ ମୁଁ ଶୀତଋତୁ କଟାଇବାକୁ ସ୍ଥିର କରିଛି।


ତିଖିକସଙ୍କୁ ମୁଁ ଏଫିସସ୍ ପଠାଇଛି।


ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ କର୍ମୀ ଓ ମୋର ସହକର୍ମୀ ପ୍ରିୟ ଭାଇ ତୁଖିକ ମୋ’ ସମ୍ପର୍କରେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।


(ସେମାନେ ନଗରରେ ଏଫିସସ୍ର ତ୍ରଫିମଙ୍କୁ ପାଉଲଙ୍କ ସହିତ ଦେଖିଥିବାରୁ ଭାବିଲେ ଯେ, ପାଉଲ ତାଙ୍କୁ ମନ୍ଦିରକୁ ନେଇଛନ୍ତି।


ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।


ପ୍ରେରିତ ଶିଷ୍ୟମାନେ ଏ ବିଷୟ ଜାଣିପାରି ଲୁକାନିଆର ଲୁସ୍ତ୍ରା ଓ ଦର୍ବୀ ନଗରକୁ ଓ ତା’ ଚାରିପଟେ ଥିବା ଅଞ୍ଚଳକୁ ପଳାଇଗଲେ ଏବଂ


ମୋର ସହବନ୍ଦୀ ଆରିସ୍ତାର୍ଖ ଓ ତାଙ୍କ ସହିତ ବର୍ଣ୍ଣବାଙ୍କ ଆତ୍ମୀୟ ମାର୍କ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ମାର୍କ ତୁମ ପାଖକୁ ଗଲେ ତାଙ୍କୁ ସ୍ୱାଗତ କର। ଏହି ନିର୍ଦ୍ଦେଶ ତୁମ୍ଭମାନଙ୍କୁ ପୂର୍ବରୁ ଦିଆଯାଇଛି।


ସ୍ନେହର ଗାୟସ୍ଙ୍କ ନିକଟକୁ ଜଣେ ବୟୋଜ୍ୟେଷ୍ଠ ପତ୍ର। ମୋର ଆନ୍ତିରିକ ଶ୍ରଦ୍ଧା ଗ୍ରହଣ କର।


ମୋର ପ୍ରିୟ ପୁତ୍ର ତୀମଥିଙ୍କୁ ମୁଁ ଏହି ପତ୍ର ଲେଖୁଛି। ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ ଓ ଉତ୍ସାହବାଣୀ


ମୁକ୍ତିଦାତା ସ୍ୱୟଂ ଈଶ୍ୱର ଓ ଆମ୍ଭମାନଙ୍କ ଭରସାର ଭିତ୍ତି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁଯାୟୀ ନିଯୁକ୍ତ ପ୍ରେରିତ ପାଉଲ


ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।


ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ , କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


ମୋର ଆତିଥ୍ୟକାରୀ ଗାୟସ୍, ଯାହାଙ୍କ ଗୃହରେ ଉପାସକମାନେ ଏକତ୍ରିତ ହୁଅନ୍ତି ଏବଂ ଏହି ନଗରୀର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାତ୍ତ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।


ମୋର ସହକର୍ମୀ ତୀମଥି ଓ ଆମର ଇହୁଦୀ ଭାଇମାନେ ଲୁକିୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଛନ୍ତି।


ଆମ୍ଭେମାନେ ଆସିଆ ଦେଶର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯିବା ପାଇଁ ଉଦ୍ୟତ ଥିବା ଆଦ୍ରାମୁତିୟମ୍‌ର ଗୋଟିଏ ଜାହାଜରେ ଯାତ୍ରା କଲୁ। ଆରିଷ୍ଟାର୍ଖସ୍ ନାମରେ ଥେସଲନିକୀ ସହରର ଜଣେ ମାସିଦୋନୀୟ ଲୋକ ଆମ ସହିତ ଥିଲେ।


ପାଉଲ ଓ ଶୀଲା ଆମ୍ପିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନିକୀକୁ ଆସିଲେ। ସେଠାରେ ଗୋଟିଏ ସମାଜ ଗୃହ ଥିଲା।


କିନ୍ତୁ ଶିଷ୍ୟମାନେ ଆସି ତାଙ୍କ ଚାରିପଟେ ଘେରି ଠିଆ ହେବା ପରେ ସେ ଉଠି ସହରକୁ ଫେରିଗଲେ। ତା’ ପରଦିନ ସେ ଓ ବର୍ଣ୍ଣବା ଦର୍ବୀକୁ ଗଲେ।


ଆମ୍ଭେମାନେ ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି ମେପପଟାମିଆ, ଯିହୁଦା ଦେଶ ଓ କାପ୍ପାଦକିଆ, ପନ୍ତ ଓ ଆସିୟା,


ପବିତ୍ର ଆତ୍ମା ସେମାନଙ୍କୁ ଏସିଆ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ନ ଦେବାରୁ ସେମାନେ ଫ୍ରିଜିୟା ଓ ଗାଲାତୀୟ ଅଞ୍ଚଳକୁ ଯାତ୍ରା କଲେ।


କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।


ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ।


Swiv nou:

Piblisite


Piblisite