Biblia Todo Logo
Bib sou entènèt

- Piblisite -




ପ୍ରେରିତ 20:3 - ପବିତ୍ର ବାଇବଲ (CL) NT (BSI)

3 ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସୁରିଆକୁ ଯିବାକୁ ଉଦ୍ୟତ ହେଲେ, ସେତେବେଳେ ଯିହୁଦୀମାନେ ତାଙ୍କ ବିପକ୍ଷରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ମନସ୍ଥ କଲେ।

Gade chapit la Kopi

ଓଡିଆ ବାଇବେଲ

3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୂଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।

Gade chapit la Kopi

ପବିତ୍ର ବାଇବଲ

3 ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ। ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ।

Gade chapit la Kopi




ପ୍ରେରିତ 20:3
19 Referans Kwoze  

ଇହୁଦୀମାନଙ୍କ ଷଡ଼ଯନ୍ତ୍ର ଲାଗି ମୋତେ ଯେଉଁ ସବୁ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଲା, ତା’ ଭିତରେ ମୁଁ ଈଶ୍ୱରଙ୍କ ସେବକ ରୂପେ ଅଶ୍ରୁପାତ କରି ନମ୍ରତାର ସହିତ ମୋର କାର୍ଯ୍ୟ କରି ଯାଇଛି।


ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।


ପାଉଲଙ୍କୁ ଯିରୂଶାଲମକୁ ଆଣି ସେମାନଙ୍କୁ ଅନୁଗୃହୀତ କରିବା ପାଇଁ ସେମାନେ ଫେଷ୍ଟସ୍ଙ୍କୁ ନିବେଦନ କଲେ, କାରଣ ସେମାନେ ପାଉଲଙ୍କୁ ବାଟରେ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।


ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।


ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।


ଏ ବିଶୟ ମୁଁ ନିଶ୍ଚିତ ଭାବରେ ଜାଣି ଥିବାରୁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୋର ଇଚ୍ଛା ଥିଲା। ତାହେଲେ ତୁମ୍ଭମାନେ ଦୁଇ ଥର ଆନନ୍ଦ ଲାଭ କରି ପାରିଥାଆନ୍ତ।


ତା’ପରେ ସାଇପ୍ରସ୍ ଦେଖାଯାଉଥିବା ଗୋଟିଏ ସ୍ଥାନରେ ପହଞ୍ଚିଲୁ। ସେଠାରୁ ତାହାର ଦକ୍ଷିଣ ଦିଗ ଦେଇ ଆମେ ସିରିଆକୁ ଗଲୁ। ଆମ୍ଭେମାନେ ଟାୟର୍ରେ ଜାହାଜରୁ ଓହ୍ଲାଇଲୁ, କାରଣ ଏହି ଜାହାଜରୁ ମାଲ୍ପତ୍ର ଖଲାସ ହେବାର ଥିଲା।


ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


ପାଉଲ କରିନ୍ଥରେ ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ବାସ କଲେ। ତା’ପରେ ସେମାନଙ୍କୁ ଛାଡ଼ି ପ୍ରିସ୍କିଲା ଓ ଆକ୍ୱିଲାଙ୍କ ସହିତ ସିରିଆ ଅଭିମୁଖେ ଜଳଯାତ୍ରା କଲେ। ସେଂକ୍ରିୟାରୁ ଜଳଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କ ଏକ ମାନତ ଅନୁଯାୟୀ ସେ ତାଙ୍କ ମସ୍ତକ ମୁଣ୍ଡନ କଲେ।


ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”


ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।


ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ।


ସେ ସବୁ ଅଞ୍ଚଳ ଦେଇ ଯାତ୍ରା କଲେ ଓ ଅନେକ ଉପଦେଶ ଦେଇ ଲୋକମାନଙ୍କୁ ଉତ୍ସାହିତ ଲେ।


Swiv nou:

Piblisite


Piblisite