Biblia Todo Logo
Bib sou entènèt

- Piblisite -




ପ୍ରେରିତ 20:1 - ପବିତ୍ର ବାଇବଲ (CL) NT (BSI)

1 ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେହି ଗଣ୍ତଗୋଳ ନିବୃତ୍ତ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।

Gade chapit la Kopi

ଓଡିଆ ବାଇବେଲ

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।

Gade chapit la Kopi

ପବିତ୍ର ବାଇବଲ

1 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା'ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ।

Gade chapit la Kopi




ପ୍ରେରିତ 20:1
20 Referans Kwoze  

ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।


ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


ମୁଁ ମାସିଦୋନିଆକୁ ଯିବାବେଳେ ତୁମକୁ କହିଥିବା ଅନୁଯାୟୀ ତୁମେ ଏଫିସୀରେ ଅବସ୍ଥାନ କର। ସେଠାରେ ଯେଉଁମାନେ ଭୁଲ ଶିକ୍ଷା ସବୁ ଦେଉଛନ୍ତି, ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ଆଦେଶ ଦିଅ।


ସମସ୍ତ ବିଶ୍ୱାସୀମାନଙ୍କୁ ଭ୍ରାତୃସୁଲଭ ଚୁମ୍ବନ ଦେଇ ସମ୍ବର୍ଦ୍ଧନା କର।


ଏଠିକାର ଭାଇମାନେ ସମସ୍ତେ ନମସ୍କାର ଜଣାଉଛନ୍ତି। ତୁମ୍ଭେମାନେ ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ଅଭିନନ୍ଦନ ଜଣାଅ।


ମୁଁ ମାସିଦୋନିଆ ପରିଭ୍ରମଣରେ ଯାଉଛି। ଭ୍ରମଣ ଶେଷ କରି ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।


ପରସ୍ପରକୁ ଭ୍ରାତୃ ସୁଲଭ ଚୁମ୍ବନ ଦେଇ ଅଭିବାଦନ କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କର ଜଣାଉଛନ୍ତି।


ସମସ୍ତେ କାନ୍ଦି କାନ୍ଦି ତାଙ୍କୁ ଆଲିଙ୍ଗନ କରି ବିଦାୟ ଚୁମ୍ବନ ଦେଲେ।


କିନ୍ତୁ ପାଉଲ ତଳକୁ ଓହ୍ଲାଇ ଆସି ତାକୁ କୁଣ୍ଢାଇ ଧରି କହିଲେ, “ବ୍ୟସ୍ତ ହୁଅ ନାହିଁ। ସେ ବଞ୍ଚିଛି।”


ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”


ସେଠାରେ ତାଙ୍କୁ ପାଇ ଆଣ୍ଟିୟୋଖକୁ ନେଇ ଆସିଲେ। ପୁଣି ପୂରା ଏକବର୍ଷ ଯାଏ - ଏହି ଦୁଇ ଜଣ ସ୍ଥାନୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ସହିତ ମିଳିତ ହୋଇ ବହୁସଂଖ୍ୟକ ଲୋକଙ୍କୁ ଶିକ୍ଷା ଦେଲେ। ଏହି ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଲୋକେ ପ୍ରଥମେ ଖ୍ରୀଷ୍ଟିୟାନ ବୋଲି ସମ୍ବୋଧନ କରିଥିଲେ।


ପବିତ୍ର ଚୁମ୍ବନରେ ପରସ୍ପରକୁ ଅଭିନନ୍ଦନ ଜଣାଅ। ପୁଣ୍ୟାତ୍ମାମାନେ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।


ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।


ସେ ସବୁ ଅଞ୍ଚଳ ଦେଇ ଯାତ୍ରା କଲେ ଓ ଅନେକ ଉପଦେଶ ଦେଇ ଲୋକମାନଙ୍କୁ ଉତ୍ସାହିତ ଲେ।


ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ।


ଏହା ସେ କରିଛନ୍ତି, ବାକ୍ୟ ଓ କର୍ମ ଦ୍ୱାରା ଓ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ। ତେଣୁ ମୁଁ ଯିରୂଶାଲମଠାରୁ ଇଲିରିକମକୁ ଯାତ୍ରା କରିବାବେଳେ ପଥ ମଧ୍ୟରେ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା ବିଶଦଭାବେ ପ୍ରଚାର କରିଛି।


Swiv nou:

Piblisite


Piblisite