Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:7 - ପବିତ୍ର ବାଇବଲ (CL) NT (BSI)

7 ହତବୁଦ୍ଧି ଓ ବିସ୍ମିତ ହୋଇ ସେମାନେ ପଚାରିଲେ, “ଏ ପ୍ରକାର କଥା କହୁଥିବା ଏ ଲୋକମାନେ କ’ଣ ଗାଲିଲୀୟ ନୁହଁନ୍ତି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ସେମାନେ ଆଚମ୍ଵିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି, ସେମାନେ କଅଣ ଗାଲିଲୀୟ ନୁହନ୍ତି?

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ,ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କ'ଣ ଗାଲିଲୀୟ ନୁହଁନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି?

Gade chapit la Kopi

ପବିତ୍ର ବାଇବଲ

7 ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି?

Gade chapit la Kopi




ପ୍ରେରିତ 2:7
12 Referans Kwoze  

ବିସ୍ମିତ ଓ ବିଚଳିତ ହୋଇ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ, “ଏହାର ଅର୍ଥ କ’ଣ?”


“ହେ ଗାଲିଲୀୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟକୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି। କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମ୍ଭେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରି ଆସିବେ।”


ଅନ୍ୟମାନେ ତାଙ୍କୁ ଉତ୍ତର ଦେଇ କହିଲେ, “ତୁମେ ମଧ୍ୟ କ’ଣ ଗାଲିଲୀର ଲୋକ? ଭଲ କରି ଶାସ୍ତ୍ର ଅଧ୍ୟୟନ କର। ତାହାହେଲେ ଗାଲିଲୀରେ କୌଣସି ଭାବବାଦୀ ଜନ୍ମ ହୋଇ ପାରିବେ ନାହିଁ, ଏ କଥା ତୁମେ ଜାଣି ପାରିବା।”


ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା, ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ।


ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”


ଏଥିରେ ଲୋକମାନେ ଏତେ ଆଶ୍ଚର୍ଯ୍ୟାନ୍ୱି ହେଲେ ଯେ ପରସ୍ପର କୁହାକୁହି ହେଲେ, “ଏହା କ’ଣ? ଏହା କ’ଣ ଏକ ନୂଆ ଧରଣର ଶିକ୍ଷା? ଭୂତପ୍ରେତଙ୍କୁ ଆଦେଶ ଦେବା ପାଇଁ ଏହି ବ୍ୟକ୍ତିଙ୍କ ଅଧିକାର ଅଛି ଏବଂ ସେମାନେ ତାଙ୍କର ଆଦେଶ ପାଳନ କରୁଛନ୍ତି!”


କିଛି ସମୟ ପରେ ସେଠାରେ ଥିବା ଲୋକମାନେ ପିତରଙ୍କ ପାଖକୁ ଆସି କହିଲେ, “ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ। ତୁମ କଥାବାର୍ତ୍ତାରୁ ଏହା ଜଣାପଡ଼ୁଛି।”


ଲୋକେ ପଚାରିଲେ, “ସେ କିଏ?” ଅନ୍ୟମାନେ ଉତ୍ତର ଦେଲେ, “ସେ ହେଉଛନ୍ତି, ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।”


ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ।


ତା’ହେଲେ ଆମେ ସମସ୍ତେ କିପରି ସେମାନଙ୍କୁ ଆମ ନିଜ ନିଜ ଭାଷାରେ କଥା କହୁଥିବା ଶୁଣିଛୁ?


Swiv nou:

Piblisite


Piblisite