Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:3 - ପବିତ୍ର ବାଇବଲ (CL) NT (BSI)

3 ତା’ପରେ ସେମାନେ ଦେଖିଲେ, କେତେଗୁଡ଼ିଏ ଅଗ୍ନି ଜିହ୍ୱା ପ୍ରସାରିତ ହୋଇ ସେଠାରେ ଥିବା ପ୍ରତ୍ୟେକଙ୍କୁ ସ୍ପର୍ଶ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ ଅଗ୍ନିସାଦୃଶ୍ୟ ଜିହ୍ଵାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା।

Gade chapit la Kopi

ଓଡିଆ ବାଇବେଲ

3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଉହ୍ଲାଇ ଆସିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା।

Gade chapit la Kopi

ପବିତ୍ର ବାଇବଲ

3 ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା।

Gade chapit la Kopi




ପ୍ରେରିତ 2:3
18 Referans Kwoze  

ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।


ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।


ସେମାନେ ପରସ୍ପରକୁ କହିଲେ, “ପଥ ମଧ୍ୟରେ ସେ ଆମ ସହିତ କଥାବାର୍ତ୍ତା କରୁଥିବା ସମୟରେ ଓ ଧର୍ମଶାସ୍ତ୍ର ବୁଝାଉଥିବା ସମୟରେ ଆମ ମନରେ ନିଆଁ ଜଳିବା ପରି ଆମେ ଅନୁଭବ କରୁ ନ ଥିଲୁ କି?”


ତା’ପରେ ମୁଁ ପୁଣି ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଆକାଶରେ ଅତି ଉଚ୍ଚରେ ଉଡ଼ି ଉଡ଼ି, ପୃଥିବୀର ସମସ୍ତ ଜାତି, ଗୋଷ୍ଠୀ, ଭାଷାଭାଷୀ ଓ ରାଷ୍ଟ୍ରର ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ଘୋଷଣା କରୁଛନ୍ତି।


କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।


ପୁଣି କେତେକ କ୍ରୀତ ଓ ଆରବୀୟ ଦେଶର ଲୋକ। ତଥାପି ଈଶ୍ୱର ଯେଉଁ ମହତ୍ ବିଷୟସବୁ ସାଧନ କରିଛନ୍ତି, ସେ ସମ୍ବନ୍ଧରେ ଆମେ ସମସ୍ତେ ସେମାନଙ୍କଠାରୁ ଆମ ନିଜ ନିଜ ଭାଷାରେ ଶୁଣିପାରୁଛୁ।”


କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।


ଚଟବସ୍ତ୍ର ପିନ୍ଧିଥିବା ମୋର ଦୁଇଜଣ ସାକ୍ଷୀଙ୍କୁ ମୁଁ ପଠାଇବି। ସେମାନେ ସେହି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବେ।”


ଜିହ୍ୱା ଅଗ୍ନି ତୁଲ୍ୟ; ବହୁ ଅସତ୍ ବିଷୟରେ ପରିପୂର୍ଣ୍ଣ; ପୁଣି ତାହା ଆମ ଶରୀର ମଓ୍ୟରେ ଅବସ୍ଥିତ ଥିବାରୁ ଅସତ୍ ପ୍ରଭାବ ବିସ୍ତାର କରି ଆମର ସମସ୍ତ ବ୍ୟକ୍ତିତ୍ୱକୁ କଳୁଷିତ କରେ। ଜିହ୍ୱାର ନରକାଗ୍ନି ଆମର ସାରା ଜୀବନକୁ ଜଳାଇ ଦିଏ।


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ହଠାତ୍ ପ୍ରଚଣ୍ଡ ବାୟୁ ବାହିବାର ଶବ୍ଦ ଭଳି ଆକାଶରୁ ଏକ ଶବ୍ଦ ହେଲା ଓ ଯେଉଁ ଗୃହରେ ସେମାନେ ବସିଥିଲେ, ତାହ ସେହି ଶବ୍ଦରେ ପୂର୍ଣ୍ଣ ହେଲା।


Swiv nou:

Piblisite


Piblisite