Biblia Todo Logo
Bib sou entènèt

- Piblisite -




ପ୍ରେରିତ 19:2 - ପବିତ୍ର ବାଇବଲ (CL) NT (BSI)

2 “ତୁମେ ବିଶ୍ୱାସୀ ହେବା ସମୟରେ କଅଣ ପବିତ୍ରଆତ୍ମା ପ୍ରାପ୍ତ ହୋଇଥିଲ?” ସେମାନେ ଉତ୍ତର ଦେଲେ, “ପବିତ୍ରଆତ୍ମା ବୋଲି କେହି ଅଛନ୍ତି, ଏକଥା ସୁଦ୍ଧା ଆମେ ଶୁଣିନାହୁଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ସେମାନଙ୍କୁ ପଚାରିଲେ, ବିଶ୍ଵାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାଙ୍କୁ ଉତ୍ତର ଦେଲେ, ନା, ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ।

Gade chapit la Kopi

ଓଡିଆ ବାଇବେଲ

2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କ'ଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣିନାହୁଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ।

Gade chapit la Kopi

ପବିତ୍ର ବାଇବଲ

2 ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?” ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”

Gade chapit la Kopi




ପ୍ରେରିତ 19:2
12 Referans Kwoze  

ତୁମ୍ଭେମାନେ କେବଳ ବ୍ୟବସ୍ଥାରେ ବିଶ୍ୱାସ କରୁଥିବାରୁ କଅଣ ଈଶ୍ୱର ତୁମକୁ ତାଙ୍କର ଆତ୍ମା ପ୍ରଦାନ କରିଛନ୍ତି ଓ ତୁମ ମଧ୍ୟରେ ଅଲୌକିକ କାର୍ଯ୍ୟସବୁ ସାଧନ କରୁଛନ୍ତି, ନା, ତୁମ୍ଭେମାନେ ସୁସମାଚାର ଶୁଣି ସେଥିରେ ବିଶ୍ୱାସ କରୁଛ ବୋଲି?


ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କଠାରୁ ପ୍ରାପ୍ତ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର? ତୁମେ ଆଉ ତୁମର ହୋଇ ନାହଁ, ମାତ୍ର ଈଶ୍ୱରଙ୍କର।


ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ ଏ କଥା କହିଲେ- ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନେ ପରେ ଏହି ପବିତ୍ରଆତ୍ମାଙ୍କୁ ପାଇଲେ। ସେ ପର୍ଯ୍ୟନ୍ତ ଯୀଶୁ ମହିମାନ୍ୱିତ ହୋଇ ନ ଥିବାରୁ ପବିତ୍ରଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।


ଏହା ଶୁଣି ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କଲେ।


ପିତର ଶିକ୍ଷା ଦେଉଥିବା ସମୟରେ ଯେଉଁମାନେ ତାଙ୍କର ଶିକ୍ଷା ଶୁଣୁଥିଲେ, ସେ ସମସ୍ତଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ।


“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।


ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।


Swiv nou:

Piblisite


Piblisite