Biblia Todo Logo
Bib sou entènèt

- Piblisite -




ପ୍ରେରିତ 18:4 - ପବିତ୍ର ବାଇବଲ (CL) NT (BSI)

4 ଇହୁଦୀ ତଥା ଗ୍ରୀକ୍ମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରତ୍ୟେକ ବିଶ୍ରାମବାର ଦିନ ସେ ସମାଜ ଗୃହରେ ଆଲୋଚନା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍ମାନଙ୍କର ବିଶ୍ଵାସ ଜନ୍ମାଇବାକୁ ଚେଷ୍ଟା କଲେ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୂଦୀ ଓ ଗ୍ରୀକ୍ ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍‍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।

Gade chapit la Kopi

ପବିତ୍ର ବାଇବଲ

4 ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହରେ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ୱାରା ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।

Gade chapit la Kopi




ପ୍ରେରିତ 18:4
18 Referans Kwoze  

ପ୍ରଭୁଙ୍କୁ କରିବା ଅର୍ଥ କଅଣ, ଆମେ ଜାଣିଛୁ ଏବଂ କରିବା ପାଇଁ ଆମେ ସମସ୍ତଙ୍କୁ ପ୍ରବର୍ତ୍ତାଉଛୁ। ଈଶ୍ୱର ଆମ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି। ମୁଁ ଆଶା କରୁଛି, ତୁମ୍ଭମାନେ ମୋତେ ଭଲ ଭାବରେ ଜାଣ।


ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ତେଣୁ ସେ ସମାଜ ଗୃହରେ ଇହୁଦୀମାନଙ୍କ ସହିତ ଈଶ୍ୱରଙ୍କର ଉପାସନାକାରୀ ଅଣଇହୁଦୀମାନଙ୍କ ସହିତ ଏ ବିଷୟରେ ପ୍ରତିଦିନ ଆଲୋଚନା କରିବାକୁ ଲାଗିଲେ। ସହରର ଛକ ସ୍ଥାନମାନଙ୍କରେ ଯାତାୟାତ କରୁଥିବା ଲୋକମାନଙ୍କ ସହିତ ସେହି ବିଷୟରେ ଆଲୋଚନା କଲେ।


ଆଗ୍ରୀପା ପାଉଲଙ୍କୁ ଉତ୍ତର ଦେଲେ, “ଏହି ଅଳ୍ପ ସମୟ ମଧ୍ୟରେ ତୁମେ କ’ଣ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”


ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।


ତା’ପରେ ପାଉଲ ତିନି ମାସ ପର୍ଯ୍ୟନ୍ତ ସମାଜ ଗୃହରେ ନିର୍ଭୀକ ଭାବରେ ଆଲୋଚନା କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କଲେ।


ସେମାନେ କହିଲେ, “ଏହି ଲୋକ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଛି।”


ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।


ସେମାନେ ପର୍ଗାରୁ ଯାଇ ପିସିଦଆର ଆଣ୍ଟିୟୋଖରେ ପହଞ୍ôଚଲେ ଓ ବିଶ୍ରାମବାର ଦିନ ଉପାସନା ଗୃହରେ ଯାଇ ବସିଲେ।


କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”


ତା’ପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ।


ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?


ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ସେମାନେ ଏଫିସସ୍ରେ ପହଞ୍ଚିବା ପରେ ପାଉଲ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ବିଦାୟ ଦେଲେ। ସେ ସେଠାରେ ସମାଜ ଗୃହକୁ ଯାଇ ଇହୁଦୀମାନଙ୍କ ସହିତ ଧର୍ମାଲୋଚନା କଲେ।


Swiv nou:

Piblisite


Piblisite