Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:4 - ପବିତ୍ର ବାଇବଲ (CL) NT (BSI)

4 ସେମାନଙ୍କ ମଧ୍ୟରୁ କେତେକ ଏହା ହୃଦୟଙ୍ଗମ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ସେହିପରି ଅନେକ ଗଣ୍ୟମାନ୍ୟ ମହିଳା ଓ ଈଶ୍ୱରଙ୍କ ଉପାସନାକାରୀ ଗ୍ରୀକ୍ମାନଙ୍କର ଏକ ବଡ଼ ଦଳ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ଵାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ଵୀ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।

Gade chapit la Kopi

ଓଡିଆ ବାଇବେଲ

4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୂଦୀମତାବଲମ୍ବୀ ଗ୍ରୀକ୍‌ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।

Gade chapit la Kopi

ପବିତ୍ର ବାଇବଲ

4 ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।

Gade chapit la Kopi




ପ୍ରେରିତ 17:4
31 Referans Kwoze  

ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ। ଅନେକ ସମ୍ଭ୍ରାନ୍ତ ଗ୍ରୀକ୍ ଭଦ୍ରମହିଳା ଓ ଗ୍ରୀକ୍ ଲୋକ ବିଶ୍ୱାସୀମାନଙ୍କ ସହିତ ଯୋଗ ଦେଲେ।


ନଗରର ଲୋକମାନେ ଦୁଇ ଦଳରେ ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଇହୁଦୀମାନଙ୍କୁ ଓ ଆଉ କେତେକ ପ୍ରେରିତ ଶିଷ୍ୟମାନଙ୍କୁ ସମର୍ଥନ କଲେ।


ଲୋକମାନେ ସଭା ଛାଡ଼ି ଚାଲିଯିବା ପରେ ଅନେକ ଇହୁଦୀ ଓ ଇହୁଦୀ ମତାବଲମ୍ବୀ ଅଣଇହୁଦୀମାନେ ଶାଉଲ ଓ ବର୍ଣ୍ଣବାଙ୍କ ଅନୁଗମନ କଲେ, ଶିଷ୍ୟମାନେ ସେମାନଙ୍କ ସହିତ ଆଳାପ କରି ଈଶ୍ୱରଙ୍କ ଅନୁଗ୍ରହରେ ଜୀବନ କାଟିବାକୁ ସେମାନଙ୍କୁ ଉତ୍ସାହ ଦେଲେ।


ସେମାନଙ୍କଠାରୁ ଆମେ ଏତେ ଆଶା କରି ନ ଥିଲୁ। ପ୍ରଥମେ ସେମାନେ ନିଜ ନିଜକୁ ଆମ୍ଭମାନଙ୍କ ଉଦ୍ଦେଶରେ ଉତ୍ସର୍ଗ କଲେ।


ସେମାନଙ୍କ ମଧ୍ୟରୁ କେତେକଙ୍କର ହୃଦ୍‌ବୋଧ ହେଲା, କିନ୍ତୁ ଅନ୍ୟମାନେ ବିଶ୍ୱାସ କଲେ ନାହିଁ।


ପରେ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ, ତଥା ମଣ୍ଡଳୀର ସମସ୍ତେ, ଦଳର କେତେକ ଲୋକଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆଣ୍ଟିୟୋଖକୁ ପଠାଇବା ପାଇଁ ସ୍ଥିର କଲେ। ବର୍ଶବା ନାମରେ ପରିଚିତ ଯିହୁଦା ଓ ଶୀଲା ବିଶ୍ୱାସୀମାନଙ୍କ ମଧ୍ୟରେ ବିଶେଷ ସମ୍ମାନିତ ଥିଲେ।


କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”


ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।


ଇହୁଦୀ ତଥା ଗ୍ରୀକ୍ମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରତ୍ୟେକ ବିଶ୍ରାମବାର ଦିନ ସେ ସମାଜ ଗୃହରେ ଆଲୋଚନା କରୁଥିଲେ।


ଡାୟୋନିସିଅସ୍ ନାମକ ପୌର ସଭାର ଜଣେ ସଦସ୍ୟ, ଦାମାରୀ ନାମ୍ନୀ ଜଣେ ମହିଳା ଓ ଆଉ କେତେକ ଲୋକ ବିଶ୍ୱାସ କଲେ ଏବଂ ତାଙ୍କ ସହିତ ଯୋଗ ଦେଲେ।


ତେଣୁ ସେ ସମାଜ ଗୃହରେ ଇହୁଦୀମାନଙ୍କ ସହିତ ଈଶ୍ୱରଙ୍କର ଉପାସନାକାରୀ ଅଣଇହୁଦୀମାନଙ୍କ ସହିତ ଏ ବିଷୟରେ ପ୍ରତିଦିନ ଆଲୋଚନା କରିବାକୁ ଲାଗିଲେ। ସହରର ଛକ ସ୍ଥାନମାନଙ୍କରେ ଯାତାୟାତ କରୁଥିବା ଲୋକମାନଙ୍କ ସହିତ ସେହି ବିଷୟରେ ଆଲୋଚନା କଲେ।


ପାଉଲ ତାଙ୍କ ସହିତ ତୀମଥିଙ୍କୁ ନେବା ପାଇଁ ଚାହିଁଲେ, ତେଣୁ ତାଙ୍କୁ ସୁନ୍ନତ କଲେ। ଏହା କରିବାର କାରଣ, ତୀମଥିଙ୍କ ପିତା ଗ୍ରୀକ୍ ଲୋକ ଥିଲେ ବୋଲି ସେହି ସ୍ଥାନମାନଙ୍କରେ ବାସ କରୁଥିବା ଇହୁଦୀମାନେ ଜାଣିଥିଲେ।


କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କଲେ ଓ ବିଶ୍ୱାସୀମାନଙ୍କ ଦ୍ୱାର ପ୍ରଭୁଙ୍କଠାରେ ସମର୍ପିତ ହୋଇ ବିଦାୟ ନେଲେ।


ଯିହୁଦା ଓ ଶୀଲା ନିଜେ ଭାବବାଦୀ ଥିଲେ ଏବଂ ସେମାନେ ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇ ସେମାନଙ୍କ ବିଶ୍ୱାସକୁ ଦୃଢ଼ କଲେ।


ଆମେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛୁ। ଆମେ ଯାହା ଲେଖୁଛୁ, ସେମାନେ ବ୍ୟକ୍ତିଗତଭାବେ ତାହା ତୁମ୍ଭମାନଙ୍କୁ କହିବେ।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ପିତର ଓ ଯୋହନ ମୁକ୍ତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦଳକୁ ଫେରିଗଲେ ଏବଂ ମୁଖ୍ୟ ଯାଜକ ଓ ଧର୍ମନେତାମାନେ ଯାହା କହିଥିଲେ, ତାହା ସେମାନଙ୍କୁ ଜଣାଇଲେ।


ବିଶ୍ୱାସୀମାନେ ପରସ୍ପର ସହିତ ଘନିଷ୍ଠ ବନ୍ଧୁତାରେ ଆବଦ୍ଧ ହେଲେ ଓ ମିଳିତ ଭାବରେ ସେମାନଙ୍କର ସମସ୍ତ ସମ୍ପତ୍ତି ଭୋଗ କଲେ।


ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?


ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ।


ସଙ୍ଗେ ସଙ୍ଗେ ବିଶ୍ୱାସୀମାନେ ପାଉଲଙ୍କୁ ସମୁଦ୍ର ଉପକୂଳକୁ ପଠାଇ ଦେଲେ; କିନ୍ତୁ ଶୀଲା ଓ ତୀମଥି ଦୁହେଁ ବେରିଆରେ ରହିଲେ।


Swiv nou:

Piblisite


Piblisite