Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:12 - ପବିତ୍ର ବାଇବଲ (CL) NT (BSI)

12 ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ। ଅନେକ ସମ୍ଭ୍ରାନ୍ତ ଗ୍ରୀକ୍ ଭଦ୍ରମହିଳା ଓ ଗ୍ରୀକ୍ ଲୋକ ବିଶ୍ୱାସୀମାନଙ୍କ ସହିତ ଯୋଗ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

12 ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।

Gade chapit la Kopi




ପ୍ରେରିତ 17:12
13 Referans Kwoze  

କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”


କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


ଭାଇମାନେ, ଈଶ୍ୱର ଆହ୍ୱାନ କରିବା ସମୟରେ ତୁମ୍ଭେମାନେ କିପରି ଥିଲ, ତାହା ବିବେଚନା କର। ଜାଗତିକ ଦୃଷ୍ଟିକୋଣରୁ ତୁମ୍ଭମାନଙ୍କ ମଧ୍ୟରୁ ମାତ୍ର କେତେ ଜଣ ଜ୍ଞାନୀ, କ୍ଷମତାପନ୍ନ ବା ଉଚ୍ଚବଂଶଜ ଥିଲ।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ପୁଣି ଖୀଷ୍ଟବିଶ୍ୱାସୀ ଧନୀ ତା’ର ହୀନାବସ୍ଥାରେ ଦର୍ପ କର, କାରଣ ଧନୀ ଘାସ ଫୁଲ ପରି ଝଡ଼ିଯାଏ।


କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।


ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ, ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ, ନା, ତାହା ମୋ’ ନିଜ କ୍ଷମତା ବଳରେ ମୁଁ କହୁଛି।


ସେଦିନ ଥିଲା ପ୍ରସ୍ତୁତି ଦିବସ ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ। ଯୋସେଫ ନିର୍ଭୀକ ଭାବରେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ମୃତ ଦେହ ନେଇଯିବା ପାଇଁ ଅନୁମତି ମାଗିଲେ।


ଈଶ୍ୱରଙ୍କ ପ୍ରଶଂସା କରି ଜଣେ ଅନ୍ୟ ଜଣର ଗୃହରେ ପାନ ଭୋଜନ କରୁଥିଲେ। ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହେଲେ ଏବଂ ଦିନକୁ ଦିନ ପରିତ୍ରାଣପ୍ରାପ୍ତ ଲୋକମାନଙ୍କୁ ପ୍ରଭୁ ସେମାନଙ୍କ ଦଳରେ ଯୋଗ ଦେଲେ।


Swiv nou:

Piblisite


Piblisite