Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:1 - ପବିତ୍ର ବାଇବଲ (CL) NT (BSI)

1 ପାଉଲ ଓ ଶୀଲା ଆମ୍ପିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନିକୀକୁ ଆସିଲେ। ସେଠାରେ ଗୋଟିଏ ସମାଜ ଗୃହ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନୀକୀକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନୀକୀକୁ ଆସିଲେ; ସେଠାରେ ଯିହୂଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।

Gade chapit la Kopi

ପବିତ୍ର ବାଇବଲ

1 ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।

Gade chapit la Kopi




ପ୍ରେରିତ 17:1
13 Referans Kwoze  

ମୁଁ ଥେସଲନିକୀରେ ଥିବା ସମୟରେ ତୁମ୍ଭେମାନେ ବହୁ ବାର ମୋ’ ପାଖକୁ ଆବଶ୍ୟକୀୟ ସାହାଯ୍ୟ ପଠାଇଥିଲ।


ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।


ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।


ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ।


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ଆମ୍ଭେମାନେ ଆସିଆ ଦେଶର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯିବା ପାଇଁ ଉଦ୍ୟତ ଥିବା ଆଦ୍ରାମୁତିୟମ୍‌ର ଗୋଟିଏ ଜାହାଜରେ ଯାତ୍ରା କଲୁ। ଆରିଷ୍ଟାର୍ଖସ୍ ନାମରେ ଥେସଲନିକୀ ସହରର ଜଣେ ମାସିଦୋନୀୟ ଲୋକ ଆମ ସହିତ ଥିଲେ।


କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।


ବିଶ୍ରାମବାର ଦିନ ନଗର ବାହାରେ ଥିବା ନଦୀ ତୀରକୁ ଗଲୁ। ଆମେ ଭାବିଥିଲୁ, ସେଠାରେ ଇହୁଦୀମାନେ ଏକତ୍ରିତ ହୋଇ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମେ ତଳେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀ ଲୋକମାନଙ୍କ ସହିତ ଆଳାପ କଲୁ।


କାରଣ ବହୁଦିନ ଧରି ପ୍ରତ୍ୟେକ ବିଶ୍ରାମବାରରେ ଉପାସନା ଗୃହମାନଙ୍କରେ ମୋଶାଙ୍କ ବ୍ୟବସ୍ଥା ପଠିତ ହେଉଅଛି ଓ ପ୍ରତ୍ୟେକ ସହରରେ ତାଙ୍କର ବାକ୍ୟ ପ୍ରଚାରିତ ହେଉଅଛି।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ।


ଥେସଲନିକାରେ ତୁମ୍ଭମାନଙ୍କ ନିକଟକୁ ଆସିବା ପୂର୍ବରୁ ଫିଲିପ୍ପୀରେ ଆମ ପ୍ରତି କିପରି ଦୁର୍ବ୍ୟବହାର ଓ ଅପମାନ କରାଯାଇଥିଲା, ତାହା ତୁମ୍ଭେମାନେ ଜାଣ। ତଥାପି ବହୁ ବିରୋଧ ସତ୍ତେ୍ୱ, ଈଶ୍ୱରଙ୍କଠାରୁ ମିଳିଥିବା ସୁସମାଚାର ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ସେ ଆମକୁ ସାହସ ଦେଇଥିଲେ।


Swiv nou:

Piblisite


Piblisite