Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:9 - ପବିତ୍ର ବାଇବଲ (CL) NT (BSI)

9 ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ, ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଲୋକ ଠିଆ ହୋଇ ତାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।

Gade chapit la Kopi

ଓଡିଆ ବାଇବେଲ

9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।

Gade chapit la Kopi

ପବିତ୍ର ବାଇବଲ

9 ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।”

Gade chapit la Kopi




ପ୍ରେରିତ 16:9
32 Referans Kwoze  

ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ।


ଯିରୂଶାଲମରେ ଈଶ୍ୱରଙ୍କ ଯେଉଁ ଲୋକମାନେ ଅଭାବଗ୍ରସ୍ତ, ସେମାନଙ୍କ ପାଇଁ କିଛି ଅର୍ଥ ସାହାଯ୍ୟ ପଠାଇବାକୁ ମାସିଦୋନିଆ ଓ ଆଖାୟର ମଣ୍ଡଳୀମାନେ ସ୍ଥିର କରିଛନ୍ତି।


ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ।


ବାସ୍ତବିକ, ସମଗ୍ର ମାସିଦୋନିଆର ଭାଇମାନଙ୍କ ପ୍ରତି ତୁମେ ସେହିପରି ଆଚରଣ କରିଛ। ତେଣୁ ଆହୁରି ଅଧିକ ମାତ୍ରାରେ ତାହା କର, ତୁମ୍ଭମାନଙ୍କୁ ଏତିକି କେବଳ ବିନୀତ ଅନୁରୋଧ।


ଏହି ଅନନ୍ୟ ସାଧାରଣ ପ୍ରତ୍ୟାଦେଶ ଲାଭ କରି ମୁଁ ଯେପରି ଅହଂକାରୀ ହୋଇ ନ ପଡ଼େ, ଏଥିପାଇଁ ମୋ’ ଶରୀରରେ ଏକ ଯନ୍ତ୍ରଣାଦାୟକ ବ୍ୟାଧି ଦିଅ।।ଯାଇଛି, ଏହା ମୋତେ ଗର୍ବିତ ନ ହେବା ପାଇଁ ଶୟତାନର ଦୂତ ଭଳି କାର୍ଯ୍ୟ କରିଥାଏ।


ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଅଭାବ ପୂରଣ ପାଇଁ ମୁଁ କାହାକୁ ଭାରଗ୍ରସ୍ତ କରି ନାହିଁ। କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ସମସ୍ତ ଅଭାବ ମେଣ୍ଟାଇ ଦେଇଥିଲେ। ଅତୀତ ପରି ଭବିଷ୍ୟତରେ ମଧ୍ୟ ମୁଁ କେବେହେଳେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିବି ନାହିଁ।


ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।


ଭାଇମାନେ, ମାସିଦୋନିଆର ମଣ୍ଡଳୀଗୁଡ଼ିକ କିପରି ଈଶ୍ପରଙ୍କ ଅନୁଗ୍ରହ ଲାଭ କରିଛନ୍ତି, ତାହା ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛି।


ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।


ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ।


କର୍ଣ୍ଣୀଲିୟ କହିଲେ, “ତିନିଦିନ ତଳେ ପ୍ରାୟ ଏହି ସମୟରେ ଅପରାହ୍ନ ତିନି ଘଣ୍ଟାବେଳେ ମୁଁ ମୋ’ ଘରେ ପ୍ରାର୍ଥନା କରୁଥିଲି। ହଠାତ୍ ଶୁଭ୍ର ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ’ ସମ୍ମୁଖରେ ଠିଆ ହୋଇ କହିଲେ,


ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ଏକ ଦର୍ଶନରେ ସ୍ପଷ୍ଟ ଦେଖିଲେ ଯେ ଈଶ୍ୱରଙ୍କ ଦୂତ ଆସି ତାଙ୍କୁ ଡାକୁଛନ୍ତି, “କର୍ଣ୍ଣୀଲିୟ।”


ଯୋପ୍ପା ଲୁଦାଠାରୁ ଦୂରରେ ନ ଥିଲା। ପିତର ଲୁଦାରେ ଅଛନ୍ତି ବୋଲି ଶୁଣି, ଯୋପ୍ପାରେ ଥିବା ବିଶ୍ୱାସୀମାନେ ଦୁଇଜଣ ଲୋକଙ୍କୁ ତାଙ୍କ ନିକଟକୁ କହି ପଠାଇଲେ, “ଦୟା କରି ଶୀଘ୍ର ଆମ ପାଖକୁ ଆସନ୍ତୁ।”


ପାଉଲ ଏହି ଦର୍ଶନ ପାଇବାକ୍ଷଣି ମାସିଦୋନିଆକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଲୁ, କାରଣ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ, ଈଶ୍ୱର ସେଠାକାର ଲୋକମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି।


ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।


ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।


ଏହି ଗଣ୍ଡଗୋଳ ସମୁଦାୟ ନଗରରେ ବ୍ୟାପିଗଲା। ଉଚ୍ଛୃଙ୍ଖଳ ଜନତା ପାଉଲଙ୍କ ସହଯାତ୍ରୀ ମାସିଦୋନିଆର ଗାୟସ୍ ଓ ଆରିଷ୍ଟାର୍ଖସ୍ଙ୍କୁ ଧରି ସେମାନଙ୍କ ରଙ୍ଗଭୂମିକୁ ଭିଡ଼ି ନେଲେ।


ଆମ୍ଭେମାନେ ଆସିଆ ଦେଶର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯିବା ପାଇଁ ଉଦ୍ୟତ ଥିବା ଆଦ୍ରାମୁତିୟମ୍‌ର ଗୋଟିଏ ଜାହାଜରେ ଯାତ୍ରା କଲୁ। ଆରିଷ୍ଟାର୍ଖସ୍ ନାମରେ ଥେସଲନିକୀ ସହରର ଜଣେ ମାସିଦୋନୀୟ ଲୋକ ଆମ ସହିତ ଥିଲେ।


Swiv nou:

Piblisite


Piblisite