Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:6 - ପବିତ୍ର ବାଇବଲ (CL) NT (BSI)

6 ପବିତ୍ର ଆତ୍ମା ସେମାନଙ୍କୁ ଏସିଆ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ନ ଦେବାରୁ ସେମାନେ ଫ୍ରିଜିୟା ଓ ଗାଲାତୀୟ ଅଞ୍ଚଳକୁ ଯାତ୍ରା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ଵାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,

Gade chapit la Kopi

ଓଡିଆ ବାଇବେଲ

6 ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,

Gade chapit la Kopi

ପବିତ୍ର ବାଇବଲ

6 ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ।

Gade chapit la Kopi




ପ୍ରେରିତ 16:6
31 Referans Kwoze  

ସେଠାରେ କିଛିଦିନ କଟାଇବା ପରେ ସେ ପୁଣି ଯାତ୍ରା କରି ଗାଲାତୀୟ ଓ ଫ୍ରିଜିୟା ଅଞ୍ଚଳ ମଧ୍ୟ ଦେଇ ଗଲେ ଓ ବାଟରେ ବିଶ୍ୱାସୀମାନଙ୍କୁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କଲେ।


ମିଷୀଆର ସୀମାରେ ପହଞ୍ଚି ବିଥିନିଆ ପ୍ରଦେଶକୁ ଯିବାକୁ ବାହାରିବାବେଳେ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।


ବିନା ଦ୍ୱିଧାରେ ସେମାନଙ୍କ ସହିତ ଯିବା ପାଇଁ ପବିତ୍ରଆତ୍ମା ମୋତେ ନିର୍ଦ୍ଦେଶ ଦେଲେ। ଯୋପ୍ପାରେ ଏହି ଛଅ ଜଣ ବିଶ୍ୱାସୀ ଭାଇ ମୋ’ ସହିତ ସିସେରିଆକୁ ଗଲେ ଓ ଆମେ ସମସ୍ତେ କର୍ଣ୍ଣୀଲିୟଙ୍କ ଘରେ ପହଞ୍ଚିଲୁ।


ଛନ୍ନଭିନ୍ନ ହୋଇ ପନ୍ତ, ଗାଲାତୀୟା, କାପାଦକିଆ, ଏସିଆ ଓ ବିଥୁନିଆ ପ୍ରଦେଶଗୁଡ଼ିକରେ ପ୍ରବାସୀ ରୂପେ ରହିଥିବା ଈଶ୍ୱରଙ୍କ ମନେ।ନୀତ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପିତରଙ୍କର ପତ୍ର।


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ ଉପରେ ଏହି ମନ୍ତ୍ର ପ୍ରୟୋଗ କରିଛି? କ୍ରୁଶ ଉପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବିବରଣୀ ଅତି ସ୍ପଷ୍ଟ ଭାବରେ ତୁମ ନିକଟରେ ପ୍ରକାଶ କରାଯାଇଛି।


ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଦେଶକୁ ଯିବା ପାଇଁ ସେ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହାମ ବିଶ୍ୱାସରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥିଲେ। ସେ କେଉଁଠାକୁ ଯାତ୍ରା କରୁଛନ୍ତି, ତାହା ନ ଜାଣି ସୁଦ୍ଧା ସ୍ୱଦେଶ ପରିତ୍ୟାଗ କରିଥିଲେ।


ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।


ଭାଇମାନେ, ଆମେ ଏସିଆ ପ୍ରଦେଶରେ ଭୋଗିଥିବା ନିର୍ଯ୍ୟତନା ବିଷୟ ତମାନଙ୍କୁ ଜଣାଇବାକୁ ଚାହୁଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ ଚାହିଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ।


ଯିହୁଦାରେ ଥିବା ମଣ୍ଡଳୀସ୍ଥ ବିଶ୍ୱାସୀମାନଙ୍କ ପାଇଁ ଅର୍ଥ ସାହାଯ୍ୟ ଦେବା ବିଷୟରେ ମୋର ମତାମତ:- ମୁଁ ଗାଲାତୀୟ ମଣ୍ଡଳୀକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛି, ତାହା ଦୃଢ଼ ଭାବରେ ପାଳନ କର।


କିନ୍ତୁ ଏସବୁ ସେହି ଏକ ଆତ୍ମା ହିଁ କରିଥା’ନ୍ତି। ସେ ନିଜର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ବିଭିନ୍ନ ବିଷୟ ଦାନ କରନ୍ତି।


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।


ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ।


ପିତର ସେ ପର୍ଯ୍ୟନ୍ତ ଦର୍ଶନର ଅର୍ଥ ବୁଝିବା ପାଇଁ ଚେଷ୍ଟା କରୁଥିଲେ, ଏହି ସମୟରେ ପବିତ୍ରଆତ୍ମା କହିଲେ, “ଦେଖ, ଏଠାରେ ତିନିଜଣ ଲୋକ ତୁମକୁ ଖୋଜୁଛନ୍ତି।


ଆରମ୍ଭରୁ ଏହିସବୁ ଘଟଣା ଦେଖିଥିବା ଲୋକମାନେ ଯେପରି ସୁସମାଚାର ଘୋଷଣା କରିଥିଲେ, ସେହି ଅନୁସାରେ ଉକ୍ତ ବିବରଣୀମାନ ଲେଖାଯାଇଛି।


କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।


ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ସେହି ରଥ ପାଖକୁ ଯାଅ ଓ ତାହାର ନିକଟରେ ରୁହ।”


ଶୁଚିକରଣ କାର୍ଯ୍ୟର ସାତ ଦିନ ସମାପ୍ତ ହେବା ସମୟରେ ଏସିଆ ପ୍ରଦେଶର କେତେକ ଇହୁଦୀ ମନ୍ଦିରରେ ପାଉଲଙ୍କୁ ଦେଖିଲେ। ସେମାନେ ସେଠାରେ ସମବେତ ହୋଇଥିବା ଜନତାକୁ ମତାଇ ପାଉଲଙ୍କୁ ଧରିଲେ।


ସେମାନଙ୍କ ଗୃହରେ ଏକତ୍ର ହେଉଥିବା ଉପାସକ ମଣ୍ଡଳୀକୁ ମଧ୍ୟ ମୋର ଅଭିବାଦନ ଜଣାଉଛି। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ମୋର ନମସ୍କାର ଦେବ। ଆସିଆ ପ୍ରଦେଶରେ ସେ ହେଉଛନ୍ତି ପ୍ରଥମ ଖ୍ରୀଷ୍ଟବିଶ୍ୱାସୀ।


ଆସିଆ ଦେଶର ମଣ୍ଡଳୀଗୁଡ଼ିକ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଆକ୍ୱିଲା, ପ୍ରିସ୍କିଲା ଓ ସେମାନଙ୍କ ଘରେ ଉପାସନା କରୁଥିବା ମଣ୍ଡଳୀ, ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛନ୍ତି।


Swiv nou:

Piblisite


Piblisite