Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:10 - ପବିତ୍ର ବାଇବଲ (CL) NT (BSI)

10 ପାଉଲ ଏହି ଦର୍ଶନ ପାଇବାକ୍ଷଣି ମାସିଦୋନିଆକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଲୁ, କାରଣ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ, ଈଶ୍ୱର ସେଠାକାର ଲୋକମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ଵର ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।

Gade chapit la Kopi

ଓଡିଆ ବାଇବେଲ

10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।

Gade chapit la Kopi

ପବିତ୍ର ବାଇବଲ

10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।

Gade chapit la Kopi




ପ୍ରେରିତ 16:10
14 Referans Kwoze  

ସେଠାରେ ଶୁଭବାର୍ତ୍ତା ପ୍ରଚାର କଲେ।


ଆମ୍ଭେମାନେ ଇଟାଲୀରୁ ଜଳଯାତ୍ରା କରିବୁ ବୋଲି ସ୍ଥିର ହେବାରୁ ପାଉଲ ଓ ଅନ୍ୟ କେତେକ ବନ୍ଦୀ “ସମ୍ରାଟ ସେନାଦଳ” ନାମକ ଗୋଟିଏ ରୋମୀୟ ସୈନ୍ୟବାହିନୀର ସେନାପତି ଯୁଲିୟସ୍‌ଙ୍କୁ ହାତରେ ସମର୍ପିତ ହେଲେ।


ହେ ରାଜନ୍, ହଠାତ୍ ଦିନେ ମଧ୍ୟାହ୍ନ ସମୟରେ ରାଜପଥ ଉପରେ ମୁଁ ସୂର୍ଯ୍ୟାଲୋକଠାରୁ ଏକ ଅଧିକ ତେଜୋମୟ ଆଲୋକ ଦେଖିଲି, ଆକାଶରୁ ସେହି ଆଲୋକ ଆସି ମୋର ଓ ମୋ’ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।


ତେଣୁ ତୁମେ ଯେତେବେଳେ ମୋତେ ଡକାଇଲ, ମୁଁ କୌଣସି ଆପତ୍ତି ନ କରି ଆସିଲି। ମୁଁ ଜାଣିବାକୁ ଚାହେଁ, ତୁମେ କାହିଁକି ମୋତେ ଡକାଇଲ?”


ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”


ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”


Swiv nou:

Piblisite


Piblisite