Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:1 - ପବିତ୍ର ବାଇବଲ (CL) NT (BSI)

1 ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପରେ ସେ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ଵାସିନୀ ଯିହୁଦୀ ମହିଳାର।ପୁତ୍ର, କିନ୍ତୁ ତାଙ୍କର ପିତା ଜଣେ ଗ୍ରୀକ୍ ଲୋକ।

Gade chapit la Kopi

ଓଡିଆ ବାଇବେଲ

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୂଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍ ଲୋକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ।

Gade chapit la Kopi

ପବିତ୍ର ବାଇବଲ

1 ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।

Gade chapit la Kopi




ପ୍ରେରିତ 16:1
29 Referans Kwoze  

ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।


ମୋର ପ୍ରିୟ ପୁତ୍ର ତୀମଥିଙ୍କୁ ମୁଁ ଏହି ପତ୍ର ଲେଖୁଛି। ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ ଓ ଉତ୍ସାହବାଣୀ


ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ।


ସଙ୍ଗେ ସଙ୍ଗେ ବିଶ୍ୱାସୀମାନେ ପାଉଲଙ୍କୁ ସମୁଦ୍ର ଉପକୂଳକୁ ପଠାଇ ଦେଲେ; କିନ୍ତୁ ଶୀଲା ଓ ତୀମଥି ଦୁହେଁ ବେରିଆରେ ରହିଲେ।


ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।


ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ପାଉଲ ଓ ଭ୍ରାତା ତୀମଥି


ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।


ମୋର ସହକର୍ମୀ ତୀମଥି ଓ ଆମର ଇହୁଦୀ ଭାଇମାନେ ଲୁକିୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଛନ୍ତି।


ପ୍ରେରିତ ଶିଷ୍ୟମାନେ ଏ ବିଷୟ ଜାଣିପାରି ଲୁକାନିଆର ଲୁସ୍ତ୍ରା ଓ ଦର୍ବୀ ନଗରକୁ ଓ ତା’ ଚାରିପଟେ ଥିବା ଅଞ୍ଚଳକୁ ପଳାଇଗଲେ ଏବଂ


ଆମ ଭାଇ ତୀମଥି କାରାଗାରରୁ ମୁକ୍ତି ପାଇଛନ୍ତି ବୋଲି ଜାଣିବ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କୁ ସଙ୍ଗରେ ନେଇ ତୁମ୍ଭମାନଙ୍କ ନିକଟକୁ ଯିବି।


ବତ୍ସ ତୀମଥି, ତୁମ ବିଷୟରେ ପୂର୍ବରୁ ପ୍ରକାଶ ପାଇଥିବା ଐଶ୍ୱରିକ ବାଣୀ ଅନୁଯାୟୀ ମୁଁ ତୁମକୁ ଏହି ଆଜ୍ଞା ଦେଉଛି। ସେହି ଐଶ୍ୱରିକ ବାଣୀକୁ ଆମୋଘ ଅସ୍ତ୍ର ରୂପେ ବ୍ୟବହାର କରି ତୁମେ ଜୀବନ ସଂଗ୍ରାମରେ କୃତିତ୍ୱ ଲାଭ କର।


ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।


ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-


ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।


ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।


ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ , କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


କାରଣ ସେହି ଅଣବିଶ୍ୱାସୀ ସ୍ୱାମୀ, ତା’ ସ୍ତ୍ରୀର ସାହଚର୍ଯ୍ୟରେ ଓ ସେହି ଅଣବିଶ୍ୱାସୀ ସ୍ତ୍ରୀ, ଆପଣା ସ୍ୱାମୀର ସାହଚର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରଷ୍ଟଙ୍କୁ ଗ୍ରହଣ କରି ପାରନ୍ତି। ତା’ ନ ହେଲେ, ସେମାନଙ୍କ ସନ୍ତାନମାନେ ଅଶୁଚି ହେବେ, କିନ୍ତୁ ପ୍ରକୃତ ପକ୍ଷେ ସେମାନେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ।


ପାଉଲ ଓ ବର୍ଣ୍ଣବା ଦର୍ବୀରେ ଶୁଭବାର୍ତ୍ତା ପ୍ରଚାର କରି ଅନେକ ଶିଷ୍ୟଙ୍କୁ ଲାଭ କଲେ। ତା’ପରେ ସେମାନେ ଲୁସ୍ତ୍ରା, ଦର୍ବୀ, ଇକନିୟ ଓ ପିସିଦିଆର ଆଣ୍ଟିୟୋଖକୁ ଫେରିଗଲେ।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।


ଯୀଶୁ ଖ୍ରୀଷ୍ଟଙ୍କ ଲାଗି କାରାବରଣ କରିଥିବା ପାଉଲ ଓ ଭ୍ରାତା ତୀମଥିଙ୍କଠାରୁ, ବନ୍ଧୁ ଓ ସହକର୍ମୀ ଫିଲୀମନ,


Swiv nou:

Piblisite


Piblisite