Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:7 - ପବିତ୍ର ବାଇବଲ (CL) NT (BSI)

7 ଦୀର୍ଘ ଆଲୋଚନା ପରେ ପିତର ଠିଆ ହୋଇ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ ଅନେକ ଦିନ ପୂର୍ବରୁ ଈଶ୍ୱର ଅଣଇହୁଦୀମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରି ସେଥିପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ତୁମ ମଧ୍ୟରୁ ମୋତେ ମନୋନୀତ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ଵାରା ବିଜାତିମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ଵାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ଵର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୂଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ

7 ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଗ୍ଭର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରି ପାରନ୍ତି, ଏଥିନିମନ୍ତେ ପରମେଶ୍ୱର ବହୁ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ।

Gade chapit la Kopi




ପ୍ରେରିତ 15:7
25 Referans Kwoze  

ଏ ବିଷୟରେ ସେମାନଙ୍କ ସହିତ ପାଉଲ ଓ ବର୍ଣ୍ଣବାଙ୍କର ପ୍ରଚଣ୍ଡ ଯୁକ୍ତିତର୍କ ହେବାରୁ, ଏହା ସ୍ଥିର ହେଲା ଯେ, ପାଉଲ, ବର୍ଣ୍ଣବା ଓ ଆଣ୍ଟିୟୋଖର ଆଉ କେତେ ଜଣ ଯିରୂଶାଲମକୁ ଯାଇ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କ ସହିତ ଏ ବିଷୟରେ ପରାମର୍ଶ କରିବେ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


ପ୍ରସ୍ତୁତ ହୋଇ ତଳକୁ ଯାଅ ଓ ସେମାନଙ୍କ ସଙ୍ଗେ ଯିବା ପାଇ କୁଣ୍ଠାବୋଧ କର ନାହିଁ, କାରଣ ମୁଁ ସେମାନଙ୍କୁ ପଠାଇ ଅଛି।”


ଆପତ୍ତି ବା ତର୍କବିତର୍କ ନ କରି ସବୁ କାର୍ଯ୍ୟ କର।


ଏ ବିଷୟରେ ଭୀଷଣ ଯୁକ୍ତିତର୍କ ହେଲା ଓ ସେମାନଙ୍କର ବିଚ୍ଛେଦ ହେଲା। ବର୍ଣ୍ଣବା ମାର୍କଙ୍କୁ ନେଇ ସାଇପ୍ରସ୍‌ଙ୍କୁ ଜଳଯାତ୍ରା କଲେ।


ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବାବେଳେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ମୁଁ ଯେଉଁ କାର୍ଯ୍ୟ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ଆହ୍ୱାନ କରିଛି, ସେଥିପାଇଁ ସେମାନଙ୍କୁ ମୋ’ ନିମନ୍ତେ ପୃଥକ୍ କର।”


ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।


ପବିତ୍ରଆତ୍ମାଙ୍କ ଦ୍ୱାରା ତୁମେ ଆମ ପୂର୍ବପୁରୁଷ ଓ ତୁମ ଦାସ ଦାଉଦଙ୍କ ମୁଖ ଦେଇ ଏହି କଥା ଶୁଣାଇଥିଲ; ‘ଅଣଯିହୁଦୀମାନେ କାହିଁକି ଉତ୍ତ୍ୟକ୍ତ ହେଲେ; ଲୋକମାନେ କାହିଁକି ବୃଥା ଚକ୍ରାନ୍ତ କଲେ?


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


ପୁଣି ପ୍ରାର୍ଥନା କଲେ, “ପ୍ରଭୁ, ତୁମେ ପ୍ରତ୍ୟେକର ଚିନ୍ତା ଜାଣ। ଯିହୁଦା ଯେଉଁ ସ୍ଥାନରେ ରହିବା ଉପଯୁକ୍ତ, ସେଠାକୁ ଚାଲିଯିବା ପରେ, ତାହା ସ୍ଥାନରେ ତୁମ ଦ୍ୱାରା ମନୋନୀତ ଏହି ଦୁଇଜଣଙ୍କ ମଧ୍ୟରୁ କିଏ


“ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।


ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।


ଯୋହନ ଉତ୍ତର ଦେଲେ: “ଈଶ୍ୱର ନ ଦେଲେ, ମନୁଷ୍ୟ କିଛି ପାଏ ନାହିଁ।


ପିତର ସେ ପର୍ଯ୍ୟନ୍ତ ଦର୍ଶନର ଅର୍ଥ ବୁଝିବା ପାଇଁ ଚେଷ୍ଟା କରୁଥିଲେ, ଏହି ସମୟରେ ପବିତ୍ରଆତ୍ମା କହିଲେ, “ଦେଖ, ଏଠାରେ ତିନିଜଣ ଲୋକ ତୁମକୁ ଖୋଜୁଛନ୍ତି।


ଈଶ୍ୱର କିପରି ଅନୁଗ୍ରହ କରି ଅଣଇହୁଦୀମାନଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କ ପାଇଁ ମନୋନୀତ କରିଛନ୍ତି, ଶିମୋନ ସେ କଥା ବୁଝାଇ ଦେଇଛନ୍ତି।


ସିସେରିଆର କେତେ ଜଣ ଶିଷ୍ୟ ଓ ସାଇପ୍ରସ୍ର ମନାସୋନ ନାମକ ଜଣେ ବିଶ୍ୱାସୀ ମଧ୍ୟ ଆମ ସଙ୍ଗରେ ଗଲେ। ମନାସୋନଙ୍କ ଘରେ ଆମ ରହିବାର ବ୍ୟବସ୍ଥା ହୋଇଥିଲା।


Swiv nou:

Piblisite


Piblisite